You are currently viewing ଖରିଡ଼ା ପଞ୍ଚାୟତ ରେ ହଜାର, ହଜାର ହେକ୍ଟର ଜମିସ୍ୱଳ ବୃଷ୍ଟି ଯୋଗୁଁ ପଡିଆ ପଡିଛି, ମରୁଡି ଘୋଷଣା ପାଇଁ ଦାବି
ଖରିଡ଼ା ପଞ୍ଚାୟତ ରେ ହଜାର, ହଜାର ହେକ୍ଟର ଜମିସ୍ୱଳ ବୃଷ୍ଟି ଯୋଗୁଁ ପଡିଆ ପଡିଛି, ମରୁଡି ଘୋଷଣା ପାଇଁ ଦାବି

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ପଞ୍ଚାୟତ ରେ ଚାଷୀକୂଳ ଆଜି ମୁଣ୍ଡରେ ହାତ ଦେଇ ବସିଛନ୍ତି | ଧାର, କରଜ କରି ବଡ଼ ଆଶା ନେଇ ଧାନ ଚାଷ ପାଇଁ ଅଣ୍ଟା ଭିଡି ଧାନ କିଣି ତଳି ପକେଇ ଥିଲେ | ତଳିବି ଉଠିଥିଲା | କେତେ ଆଶା ଥିଲା ଚାଷରେ ବର୍ଷକର ଖାଇବା ହୋଇ କିଛି ରୁଣ ପରିଶୋଧ କରିବେ ବୋଲି | କିନ୍ତୁ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଧାନ ରୁଆ ହୋଇ ପାରିଲା ନାହିଁ | ଯାହାବି ରୁଆ ହୋଇ ଥିଲା ତାହା ମଧ୍ୟ ବର୍ଷା ଅଭାବରୁ ତାହା ମଧ୍ୟ ପୋଡି ନଷ୍ଟ ହୋଇ ଗଲା |

ଏପଟେ ରାଜ୍ୟ ସରକାର ଙ୍କ ଜଳ ସେଚନ ବିଭାଗ ଦ୍ୱାରା ଚାଷ ଜମିରେ ମେଗା ଜଳ ପାଇପ ବିଛାଇ ଚାଷ ଜମିକୁ ଜଳ ସେଚିତ କରାଯିବା ପାଇଁ କୋଟି, କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟତାହା କାର୍ଯ୍ୟ କାରି ନହୋଇ ଅଚଳ ହୋଇ କାମରେ ଲାଗୁନି, ଯାହାପାଇଁ ଚାଷୀଙ୍କ ଏହି ଅବସ୍ଥା ହୋଇ ସେମାନେ ଚିନ୍ତାରେ ବସିଛନ୍ତି | ତେଣୁ ଏହି ପଞ୍ଚାୟତ କୁ ସରକାର ତୁରନ୍ତ ମରୁଡି ଘୋଷଣା କରିବା ସହ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କୁ କାର୍ଯ୍ୟ କାରି ତୁରନ୍ତ କରନ୍ତୁ | ନଚେତ ସେମାନେ ରାଜ ରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବେ |

ଦରକାର ପଡିଲେ ସେମାନେ ଆତ୍ମହୁତି ଦେବେ, ଆଉ ସେଥିପାଇଁ ସରକାର ହିଁ ଦାୟୀ ରହିବେ,ବୋଲି ସେମାନେ ପୁରୁଷୋତ୍ତମପୁର ତହସିଲଦାର ଏବଂ ଜିଲ୍ଲା ପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, କୃଷି ସଚିବ, ଜଳ ସେଚନ ବିଭାଗ ସଚିବ ମନ୍ତ୍ରୀ ଙ୍କୁ ମଧ୍ୟ ଜଣାଇବେ ବୋଲି କହିଛନ୍ତି | ଏପଟେ ସେପ୍ଟେମ୍ବର ମାସ ହେଲାଣି କିନ୍ତୁ ବିଲ ବାଡିରେ ପାଣି ବୁନ୍ଦାଏ ନାହିଁ ।

ହଜାର ହଜାର ହେକ୍ଟର ଜମି ପଡିଆ ପଡିଯାଇଛି। ରୁଆ ହୋଇପାରିନାହିଁ। ମେଗା ଇରୀଗେସନ ପଏଣ୍ଟ ରୁ ପାଣି ଆସୁନାହିଁ । ପୋଢ – ଗାଇ, ଗୋରୁ, ମଇଁଷି, ଛେଳି, ନିଦ୍ଵନ୍ଦରେ ଚାଷ ଜମିରେ ଚରୁଛନ୍ତି । ଚାଷିମାନେ ଦାଦନ ଖଟିବାକୁ କେରଲ, ବେଙ୍ଗାଲୁର, ସୁରଟ, ଯିବାକୁ ତୟାର ହେଲେଣି, ରୁଆ ବେଉଷା ନହେବାରୁ ଲୋକେ ମୁଣ୍ଡରେ ହାତ ଦେଲେଣି ।

ଏଣୁ ଆପଣଙ୍କୁ ବିନୀତ ପ୍ରାର୍ଥନା କରୁଛୁ ଏହାକୁ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେଲେ ଆମ୍ଭେ ଆପଣଙ୍କ ନିକଟରେ ଚୀର କୃତଥ୍ୟ ରହିବୁ | ରିପୋର୍ଟ ପ୍ରସନ୍ନ କୁମାର ଦାସ