ପୁରୁଷୋତ୍ତମପୁର -ଗୁରୁବାର ଅପରାହ୍ଣ ୪ ଘଟିକା ସମୟରେ ଗଞ୍ଜାମ ଜିଲ୍ଲପାଳ ଭି କିର୍ତ୍ତୀ ଭାଷନ ମା ତାରା ତାରିଣୀ ଙ୍କ ଦର୍ଶନ କରି ହାଇଯେନିକ ଅଟୋ ମେଟିକ ରୋଷେଇ ବ୍ୟବସ୍ଥା ବିଷୟରେ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ | ଏବଂ ଉପଜିଲ୍ଲାପାଳ ସୁବାଶିଷ ବରାଳ ଙ୍କ ସହିତ

ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ଶରତ କୁମାର ପାତ୍ର ଏବଂ ପ୍ରମୋଦ ପଣ୍ଡା, ଆରଡ଼ି ଏସି ଶୁଭେନ୍ଦୁ ପାଣିଗ୍ରାହୀ, କନିଷ୍ଟ ଯନ୍ତ୍ରୀ ସୁରେଶ କୁମାର ମିଶ୍ର, ସେବାୟତ ସଭାପତି ତପନ କୁମାର ରଣା, ଆଉକିଛି ସେବାୟତ, ଗ୍ରାମ୍ୟ ଉନ୍ନୟନଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ, ଏନଏସି ଯେଇ, ବିଭିନ୍ନ ପ୍ରଶାସନ ବିଭାଗର ଅଧିକାରୀ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି ଙ୍କଉପସ୍ଥିତିରେ ପାହାଡ଼ ଉପରେ ଥିବା ପ୍ରସାଦ ସେବନ ବୈଠକ ଗୃହରେ ଭକ୍ତମାନଙ୍କୁ କିପରି ସହଜ ଓ ସୁବିଧାରେ ପ୍ରସାଦ ମିଳିପାରିବ ସେନେଇ ଆଲୋଚନା ହୋଇ ଥିଲା |।

ଉକ୍ତ ଆଲୋଚନାରେ ଜିଲ୍ଲାପାଳ ଏକ ସୁଲଭ ଶୌଚାଳୟ ସହ, ମା” ଙ୍କ ଦଶ ଅବତାର ମୂର୍ତ୍ତି, ତାରାତାରିଣୀ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ସୋଲାର ଲାଇଟ, ହୁମା ଓ ଜଗନ୍ନାଥ ଛକଠାରେ ଦୁଇଟି ବଡ଼ ତୋରଣ, ସହ ବହୁ ଉନ୍ନତି କାର୍ଯ୍ୟ କରାଯିବ ବୋଲି ଜିଲ୍ଲପାଳ କହିଛନ୍ତି | ଏହା ସହିତ ପ୍ରସାଦ ସେବନ ଓ ପରିଚାଳନା ପାଇଁ ସେବାୟତ ମାନଙ୍କୁ ଦାୟିତ୍ଵ ଦିଆଯିବ ବୋଲି ନିଷ୍ପତି ନିଆ ଯାଇଛି |

ଏବଂ ଏହାର ପ୍ରଶିକ୍ଷଣ ଦାୟିତ୍ଵ ଅକ୍ଷୟ ପାତ୍ର ଫାଉଣ୍ଡେସନ କୁ ଦିଆଯାଇଛି ବୋଲି କହିଥିଲେ | ମନ୍ଦିର ଟ୍ରଷ୍ଟୀଙ୍କ କହିବା ଅନୁସାରେ ଆଗାମୀ ଗଣେଶ ପୂଜା ଦିନ ଏହାର ଶୁଭାରମ୍ଭ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଜିଲ୍ଲାପାଳ ଏହି ମାସ ଶେଷ ସୁଦ୍ଧା ଭକ୍ତଙ୍କୁ ହାଇଯେନିକ ଚୁଲା ରେ ରୋଷେଇ କରି ପ୍ରସାଦ ଭକ୍ତଙ୍କୁ ଦିଆଯିବ ବୋଲି କହିଛନ୍ତି |ଏହାସହଜିଲ୍ଲପାଳ ମନ୍ଦିର ର ଚତୁର୍ପାଶ୍ୱ, ଓ ଯୋଗ ମଣ୍ଡପ ବୁଲି ଦେଖିଥିଲେ |
ରିପୋର୍ଟ ପ୍ରସନ୍ନ କୁମାର ଦାସ
