ଖଲ୍ଲିକୋଟ : 15/5 ପହଲଗାଁ ର ଅମାନବୀୟ ଘଟଣା ପରେ ସାରା ଦେଶ ରେ ପାକିସ୍ତାନୀ ବିରୋଧୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଭିନ୍ନ ମହଲ ରେ ଏହି ଘଟଣା ର ପ୍ରତିବାଦ ହେଉଛି |ଯା ଫଳରେ ପାକିସ୍ତାନ ର ଆତଙ୍କୀ ମନୋଭାବ କୁ ପ୍ରତିହତ କରି ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର କୁ ସମର୍ଥନ ଜଣାଇ ଗୁରୁବାର ଦିନ ଏକତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଖଲ୍ଲିକୋଟ ଥାନା ଠାରୁ ବାହାରି ଖଲ୍ଲିକୋଟ ସହର ପରିକ୍ରମା ପରେ ନିର୍ମଳଝର ଠାରେ ପହଂଚି ଥିଲା |

ଏହି ଶୋଭାଯାତ୍ରା କୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା, ଖଲ୍ଲିକୋଟ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧୁ ଅରୁଣ କୁମାର ଖୁଣ୍ଟିଆ, ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ, ନିରଞ୍ଜନ ନାୟକ ବରଷ୍ଟ ବିଜେପି ନେତା ସୁରେନ୍ଦ୍ର ସାହୁ ଓ ଖଲ୍ଲିକୋଟ ତହସିଲଦାର ଡି ମାଳେଶ୍ୱର ପାତ୍ର ସମେତ ବହୁ ଯୁବକ ଓ ବିଦ୍ଧିଜୀବୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ପାକିସ୍ତାନ ବିରୋଧୀ ସ୍ଲୋଗାନ ର ନାରା ଦେଇ ବାଇକ ଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ


