ଅଲ ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ର ସମସ୍ତ ଡ୍ରାଇଭର ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଆୟୋଜନ କରାଯାଇଥିଲା.। ଚିଲିକା ବ୍ଲକ ର ସଭାପତି ରାମଚନ୍ଦ୍ର ବରାଳ, ପ୍ରମୋଦ ଜେନା,ଛବିରାଜ ମାଳି ଙ୍କର ନେତୃତ୍ୱରେ କୟଥପଲା ଠାରେ ଦିନ ୧ ଘଟିକା ସମୟରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁଦର୍ଶନ ଦାସ ସମ୍ପାଦକ ସୁକାନ୍ତ ବେହେରା, ସମ୍ପାଦକ ନାରାୟଣ ବରାଳ, ଶ୍ୱେତ ବେହେରା ପ୍ରମୁଖ ଉପସ୍ଥିତ ରହି ବୈଠକ କୁ ପରିଚାଳନା କରିଥିଲେ। ବୈଠକରେ ପ୍ରସ୍ତାବିତ ହେଲା ଯେ ଯେଉଁ ସଦସ୍ୟ ମାନଙ୍କୁ ୫୫ ବର୍ଷ ହୋଇଥିବ ସେମାନଙ୍କୁ ଖୀର୍ଦ୍ଧା ଜିଲ୍ଲା ତରଫରୁ ଆସନ୍ତା ମାସରୁ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ସଭାପତି ଚିଲିକା ବ୍ଲକ ସ୍ତରରେ ଘୋଷଣା କରିଥିଲେ। ଏହି ନିଷ୍ପତିକୁ ମହାସଂଘର ସମସ୍ତଙ୍କୁ ସଦସ୍ୟ ପ୍ରଶଂସା କରିଥିଲେ।

