ବ୍ରହ୍ମପୁର, ୧୩/୫/୨୦୨୫
ସୁସ୍ଥ, ସଶକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଏବେବି ଗୁରୁତ୍ବପୂର୍ଣ୍ଣ ରହିଛି। ଦେବର୍ଷି ନାରଦ ଯେପରି ତିନିପୁରରେ ଖବରର ବାର୍ତ୍ତାବହ ଥିଲେ ଯାହା ସମାଜ ପାଇଁ ଏକ ସକରାତ୍ମକ ପ୍ରଭାବ ଆଣୁଥିଲା ତାହାକୁ ଏବେବି ଅନୁକରଣ କରାଯିବା ଉଚିତ। ଭାରତ ପ୍ରାଚୀନ କାଳରେ ବିଶ୍ବ ଗୁରୁ ଥିଲା। ପୈ।ରାଣିକ ଯୁଗରୁ ପ୍ରାକ୍ ସ୍ବାଧୀନତା କାଳ ପର୍ଯ୍ୟନ୍ତ ଗଣମାଧ୍ୟମ ବିଭିନ୍ନ ରୂପରେ ସମାଜ ପ୍ରତି ତା’ର ଉତ୍ତରଦାୟିତ୍ୱ ନିର୍ବାହ କରି ଆସୁଥିଲା।


ଏବେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଅଗ୍ରଗତି ସତ୍ତ୍ବେ ଖବରର ସତ୍ୟତା ଜାଣିବା ବେଳେ ବେଳେ କଷ୍ଟକର ହୋଇ ପଡୁଛି। ଏହା ସମାଜରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଏଣୁ ଏବେବି ସାମ୍ବାଦିକଙ୍କ ଦ୍ଵାରା ସତ୍ୟ, ନିରପେକ୍ଷ ଖବର ପରିବେଷଣ ନାରଦଙ୍କ ଯୁଗ ଭଳି ସମାଜ ଗଠନରେ ଗୁରୁତ୍ବ ରଖେ। ବିଶ୍ବ ସମ୍ବାଦ କେନ୍ଦ୍ର ଦ୍ବାରା ମଙ୍ଗଳବାର ଦେବର୍ଷି ନାରଦ ଜୟନ୍ତୀ ସମାରୋହରେ ଏହା କହିଛନ୍ତି ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ଉଭୟ ପୂର୍ବ ଓ ପଶ୍ଚିମ ଉତ୍କଳ ପ୍ରାନ୍ତ ପ୍ରଚାର ପ୍ରମୁଖ (ରାଜ୍ୟ ମିଡିଆ ସେଲ୍ ମୁଖ୍ୟ) ଶ୍ରୀ ସୃଷ୍ଟିଧର ବିଶ୍ବାଳ।
ବ୍ରହ୍ମପୁର ରୁ ଲଡୁ କିଶୋର ପାତ୍ର ଙ୍କ ରିପୋର୍ଟ
