କୋଦଳା
ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟର ୧୦ଟି ଫାଇଲେରିଆ ପ୍ରବଣ ଜିଲ୍ଲାରେ ଏହାର ଦୂରୀକରଣ ନିମନ୍ତେ ଏକ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଫେବୃଆରୀ ୧୦ ତାରିଖରୁ ଆୟୋଜନ କରାଯିବ । ଏନେଇ ଶୁକ୍ରବାର ଅପରାହ୍ନରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଛି । ରୋଗର ଭୟାବହତା ଏବଂ ପ୍ରଭାବ ସମ୍ପର୍କରେ ବ୍ୟକ୍ତିବିଶେଷ ଏବଂ ଜନସାଧାରଣ ଯେଭଳି ସଠିକ ସୂଚନା ସୁନିଶ୍ଚିତ ଭାବରେ ପାଇବେ , ସେଥି ପାଇଁ ଲିମ୍ଫାଟିକ ଫାଇଲେରିଆସିସ ଦ୍ଵାରା ସୃଷ୍ଟି ହେଉଥିବା ଶାରୀରିକ ଅକ୍ଷମତା ସମ୍ପର୍କରେ ଆଲୋକପାତ କରୁଥିବା ପୂର୍ଣ୍ଣାଙ୍ଗ ସୂଚନା ପ୍ରସାରକୁ ସୁଗମ କରିବା ଲକ୍ଷ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । କର୍ମଶାଳାରେ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ମେଡିକାଲ ଇନଚାର୍ଜର ଆଦିତ୍ୟ ପ୍ରସାଦ ସାହୁ, ଆଶା ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
