You are currently viewing ଆମ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ରାଜସ୍ବ ଓ ଜଙ୍ଗଲ ବିଭାଗ ତରଫରୁ ମିଳିତ ସର୍ଭେ
ଆମ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ରାଜସ୍ବ ଓ ଜଙ୍ଗଲ ବିଭାଗ ତରଫରୁ ମିଳିତ ସର୍ଭେ

ଧରାକୋଟ,8/4/24
ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ତରଫରୁ ଆମ ବସ ଷ୍ଟାଣ୍ଡ ଯୋଜନାରେ ଧରାକୋଟ ରାଜସ୍ବ ସର୍କଲ ଅଧିନସ୍ଥ କପିଳାସ ମୌଜାର ଖାତା ନମ୍ବର 204 ପ୍ଲଟ ନମ୍ବର 1782,1783,1784,1515/1785 ରେ ତିଆରି ହେବ ନୂତନ ବସ ଷ୍ଟାଣ୍ଡ । ଏଥି ପାଇଁ ରାଜସ୍ବ ବିଭାଗ ତରଫରୁ ବାଣିଜ୍ୟ ଓ ପରିବହନ ବିଭାଗ କୁ ଏକ ଏକର ଜମି ହସ୍ତାନ୍ତର କରାଯାଇ ବିଭାଗ ନାମରେ ସେଟେଲ କରାଯାଇଛି । ପାଞ୍ଚ କୋଟି ଟଙ୍କା ବ୍ୟୟରେ ପୋଲିସ ହଉସିଂ ବିଭାଗ ତରଫରୁ ଏହାର ନିର୍ମାଣ କରାଯିବ। ଏଥିପାଇଁ ଜମି ଚିହ୍ନଟ କରାଯାଇ ନିର୍ମାଣ କାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବା ପରେ କାମ ଆରମ୍ଭ ହୋଇଛି । ପୋଲିସ ହାଉସିଂ ବିଭାଗର ନିର୍ବାହୀ ଅଧିକାରୀ ସୁବାସ ପଣ୍ଡା,କନିଷ୍ଠ ଯନ୍ତ୍ରୀ ତନୟ ପ୍ରଧାନ ପ୍ରମୁଖ ଆଜି ନିର୍ମାଣ ହେବାକୁ ଥିବା ବସ ଷ୍ଟାଣ୍ଡ ସ୍ଥାନ ପରିଦର୍ଶନ କରିଥିଲେ । ଏହି ଅବସରରେ ଜଙ୍ଗଲ ଓ ରାଜସ୍ବ ବିଭାଗ ତରଫରୁ ବନପାଳ ଅକ୍ଷୟ କୁମାର ତ୍ରିପାଠୀ, ରାଜସ୍ଵ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ,ବିଭାଗୀୟ କର୍ମଚାରୀ ପ୍ରଦୀପ ସହୁ,ଦେବୀ ପ୍ରସାଦ ନାହାକ ପ୍ରମୁଖ ସଂପୃକ୍ତ ସ୍ଥାନ ପରିଦର୍ଶନ କରି ଏକ ମିଳିତ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ କପିଳାସ ମୌଜାର ଏହି ସ୍ଥାନ ସମ୍ପୂର୍ଣ ରାଜସ୍ବ ବିଭାଗ ର ହୋଇଥିବା ବେଳେ ଏଥିରେ ଜଙ୍ଗଲ ବିଭାଗର କୌଣସି ସଂପୃକ୍ତି ନଥିବା ବେଳେ ବସ ଷ୍ଟାଣ୍ଡ ନିର୍ମାଣ ଧୀନ ଅଞ୍ଚଳରେ ଜଙ୍ଗଲ ବିଭାଗ ର କୌଣସି ଗଛ ନଥିବା ସର୍ଭେ ବେଳେ ଜଣାଯାଇଛି । ଏଣୁ ତୁରନ୍ତ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।