ଆସିକା – ବ୍ରହ୍ମପୁର ଯିବା ୫୯ ଜାତୀୟ ରାଜପଥ ର ନଳବଣ୍ଟା ଗ୍ରାମରେ ଆଜି ଜବରଦଖଲ କରିଥିବା ଘରକୁ ଭଙ୍ଗା କାର୍ଯ୍ୟ ଚାଲିଛି l ଜାତୀୟ ରାଜପଥ କଡ଼ରେ ଦୀର୍ଘ ଦିନ ହେଲା ଗ୍ରାମବାସୀ ପକ୍ଷରୁ କିଛି ଲୋକ ନିଜ ଘରକୁ ରୋଡ଼ ଉପରେ ଜବରଦଖଲ କରି ଘର, ଦୋକାନ ଏବଂ ଗୁହାଳ କରି ରଖିଛନ୍ତି l ଜାତୀୟ ରାଜପଥ ୫୯ ନମ୍ୱର ର ପ୍ରଶସ୍ତି କରଣ ଏବଂ ନୂତନ ରୋଡ ପାଇଁ ୧୭ ମିଟର ଚଉଡ଼ା ଆବଶ୍ୟକ ରହିଛି l ରୋଡ ନିର୍ମାଣ ପାଇଁ ୧୨ ମିଟର, ନାଳ ପାଇଁ ୦୩ ମିଟର ଏବଂ ୦୨ ମିଟର ଉଭୟ ପାର୍ଶ୍ଵ ରେ ମାଟି ରହିବାକୁ ନିୟମ ରହିଛି l ଏହି ନିୟମ ଅନୁସାରେ ନଳବଣ୍ଟା ପଂଚାୟତ ର ରୋଡ ସାହିରେ ଜାଗା ଗୁଡିକ ମାପା ମାପି କଲାବେଳେ କିଛି ଲୋକ ଜବର ଦଖଲ କରିଥିବା ଦେଖିବାକୁ ମିଳିଥିଲା l ଏହାକୁ ଭିତ୍ତି କରି ଉକ୍ତ ଲୋକ ମାନଙ୍କୁ ଏନେଇ ସରକାର ପକ୍ଷରୁ ଦୀର୍ଘ ଦିନ ହେଲା ନିଜସ୍ୱ ଭାଙ୍ଗିବା ପାଇଁ ନୋଟିସ କରାଯାଇଥିଲା l କିନ୍ତୁ ଲୋକେ ନିଜେ ନିଜେ ନଭାଙ୍ଗିବା ରୁ ଠିକାଦାର କୁ କାମ କରିବାକୁ ଅସୁବିଧା ସୃଷ୍ଟି ହେଲା l ଆଜି ଆସିକା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ବାରିକ ଙ୍କ ମାଜିଷ୍ଟ୍ରେଟ ଉପସ୍ଥିତ ରେ ଜାତୀୟ ରାଜପଥ ବିଭାଗ ର ନିର୍ବାହୀ ଯନ୍ତ୍ରୀ ସଂଜୀବନୀ ସୁଦ୍ଧା ନାଥ, କନିଷ୍ଠ ଯନ୍ତ୍ରୀ ମୃତ୍ୟଲୁ ଭଞ୍ଜ, ପୋଲିସଫୋର୍ସ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ଅମିନ, ସ୍ଥାନୀୟ ପଂଚାୟତ ପ୍ରତିନିଧି, ୱାର୍ଡ ସଭ୍ୟ, ଗ୍ରାମ ବାସୀ,ପ୍ରମୁଖ ଉପସ୍ଥିତ ଥିଲେ l ଜବରଦଖଲ ବେଳେ ଗ୍ରାମବାସୀ ପକ୍ଷରୁ ଯୁକ୍ତିତର୍କ ହୋଇଥିଲା l

ସଠିକ ଭାବେ ଜବରଦଖଲ ଚିହ୍ନଟ ହୋଇ ସାର୍ବଜନୀନ ଭାବେ ଭାଙ୍ଗିବା, ଏବଂ ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟ ପୋତିବା, ଏବଂ ନାଳ କାମ ଅତି ନିମ୍ନମାନର ହୋଇଥିବା ଯୋଗୁଁ ଠିକ ଭାବେ ତିଆରି ପରେ ପ୍ଲେଟ ପକାଇବାକୁ ଗ୍ରାମବାସୀ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ l ଯଦି ଏସବୁ ର ଖିଲାପ ହୁଏ ତା ହେଲେ ଗ୍ରାମବାସୀ ପକ୍ଷରୁ ରାଜରାସ୍ତା କୁ ଓଲ୍ଲାଇବା ଧମକ ଦେଇଥିଲେ ।
