You are currently viewing ପୁରୁଷୋତ୍ତମପୁର ସବ ଜର୍ଜ କୋର୍ଟ ଓ ଯେ ଏମ ଏଫ ସି ଅଦାଲତର ତାଳୁକା ଲିଗାଲ ସର୍ଭିସ କମିଟି ପକ୍ଷରୁ ୭୫ ତମ ବନ ମହୋତ୍ସବ ପାଳନ,
ପୁରୁଷୋତ୍ତମପୁର ସବ ଜର୍ଜ କୋର୍ଟ ଓ ଯେ ଏମ ଏଫ ସି ଅଦାଲତର ତାଳୁକା ଲିଗାଲ ସର୍ଭିସ କମିଟି ପକ୍ଷରୁ ୭୫ ତମ ବନ ମହୋତ୍ସବ ପାଳନ,

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଭୂତସରସିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇଙ୍କ ତତ୍ୱାବଧାନରେ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସେସନ ସିଭିଲି କୋର୍ଟ ଜର୍ଜ ତଥା ତାଳୁକା ଲିଗାଲ ସର୍ଭିସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ପୁରୁଷୋତ୍ତମପୁର ଯେ ଏମ ଏଫ ସି କୋର୍ଟର ଜର୍ଜ ଶ୍ରୀମତୀ ପୂଜା ପ୍ରିୟଦର୍ଶିନୀ ପତି ସମ୍ମାନିତ ଅତିଥିଭାବେ ପୁରୁଷୋତ୍ତମପୁର କୋର୍ଟର ଓକିଲ ସଙ୍ଘ ସଭାପତି ଶ୍ରୀ ସ୍ୱରାଜ୍ୟ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l

ସେହିପରି ପୁରୁଷୋତ୍ତମପୁର କୋର୍ଟର ସରକାରୀ ଓକିଲ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ବନ୍ୟ ସପ୍ତାହ ପାଳନ କରିଥିଲେ | ଏହି ଅବସରରେ ସ୍ୱଳ୍ପ ବୃଷ୍ଟି ସହିତ ପରିବେଶ ର ସନ୍ତୁଳନ ଏବଂ ଅମ୍ଳଜାନ ର ଅଭାବ କୁ ପୂରଣ କରିବା ଓ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ନିମିତ୍ତ ବୃକ୍ଷ ହିଁ ଏକମାତ୍ର ଭରଷା ବୋଲି ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା | ଅତିଥି ମାନେ କହିଥିଲେ କି ଭାରତର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାଙ୍କ ପାଇଁ ଗଛଟିଏ ନାମରେ ନିଜର ବାଡ଼ି ବଗିଚାରେ ଗୋଟିଏ ଲେଖାଏଁ ଗଛ ଲଗାଇଵା ପାଇଁ ଆହ୍ୱାନ ଦେଇଥିଲେ | ପ୍ରଧାନମନ୍ତ୍ରୀଙ୍କ କଥା ଗୁରୁତ୍ୱ ଦେଇ ନିଜ ମାଙ୍କୁ ଯେମିତି ଯତ୍ନ ନେଉଛେ ସେମିତି ଗଛର ମଧ୍ୟ ଯତ୍ନ ନେବା ପାଇଁ କହିଥିଲେ | l।

ପୁରୁଷୋତ୍ତମପୁର କୋର୍ଟ ଅନ୍ୟନ୍ୟ ଓକିଲ ଙ୍କ ମଧ୍ୟରୁ ବରିଷ୍ଟ ଓକିଲତଥା ସ୍କୁଲ ର ସଭାପତି ବାସୁଦେବ ଜେନା, ବାର ଏସୋସିଏସନ ସଭାପତି ସ୍ୱରାଜ୍ୟ କୁମାର ପାଣିଗ୍ରାହୀ, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରଭାତ କୁମାର ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ଗୌଡ଼, ପ୍ରଭାତ କୁମାର ଦାସ,ଅଶୋକ କୁମାର ମହାଙ୍କୁଡ, ସଦାଶିବ ପଣ୍ଡା,ଅକ୍ଷୟ କୁମାର ବେହେରା,ଅମରେଶ ତ୍ରିପାଠୀ,ପୁରୁଷୋତ୍ତମପୁର ବନବିଭାଗରଫରେଷ୍ଟର, ପ୍ରଦୀପ କୁମାର ପଣ୍ଡା,ଶୀତୁନ୍ କୁମାରପାଣିଗ୍ରାହୀ,ମନୋଜ ସେଠୀ, ଲିଜା ନାୟକ ଫରେଷ୍ଟ ଗାର୍ଡ,ଶରତ ପାଇକ ଫରେଷ୍ଟ ଗାର୍ଡ ,ଚିନ୍ମୟ ନାୟକ ସ୍କ୍ୱାଡ଼, ଭୂତସରସିଂ ଉଚ୍ଚ ବିଦ୍ୟାଳୟର,କ୍ରୀଡା ଶିକ୍ଷକ ଜଗନ୍ନାଥ ଜେନା, ଶିକ୍ଷୟତ୍ରୀ କବିତା ପାତ୍ର, ଉଷାରଣୀ ରଥ,ଓ ଅନ୍ୟ ସଦସ୍ୟ, ସମସ୍ତ ସହକାରୀଶିକ୍ଷକଶିକ୍ଷୟିତ୍ରୀ, ବିଦ୍ୟାଳୟ, ଏବଂ ବିଦ୍ୟାଳୟର ପାଚିକା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ