You are currently viewing ରକ୍ଷାବନ୍ଧନ ଉପଲକ୍ଷେ ଶାନ୍ତି ଶକ୍ତି ଭଵନ ରେ ଆଧ୍ଯାତ୍ମିକ ସ୍ନେହ ମିଳନ l
ରକ୍ଷାବନ୍ଧନ ଉପଲକ୍ଷେ ଶାନ୍ତି ଶକ୍ତି ଭଵନ ରେ ଆଧ୍ଯାତ୍ମିକ ସ୍ନେହ ମିଳନ l

ଆସିକା, (ଶକ୍ତି ପ୍ରସାଦ କର)୨୮/୮ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଶାନ୍ତି ଶକ୍ତି ଭଵନ ରେ ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସହରବାସୀଙ୍କୁ
ରକ୍ଷାବନ୍ଧନ ର ଆଧ୍ଯାତ୍ମିକ ରହସ୍ୟ ବର୍ଣନା କରିବା ଅବସରରେ ପ୍ରକାଶ କରିଥିଲେ ଯେ ପବିତ୍ର ରକ୍ଷାବନ୍ଧନ ପର୍ବ ବିଶ୍ଵବାସୀଙ୍କୁ ଭାରତର ମହାନ୍ ସଂସ୍କୃତିର ପରିଚୟ ପ୍ରଦାନ କରିବା ସହିତ ପରମାତ୍ମା ଶିବପିତାଙ୍କ ସହିତ ସକଳ ମାନବ ଆତ୍ମା ପବିତ୍ରତାର ଯେଉଁ ଚୁକ୍ତି କରିଥଲେ ତାକୁ ପୁନଃସ୍ମୃତି ଚାରଣ କରିବାର ୟାଦଗାର ପର୍ବ l ପବିତ୍ରତା ହିଁ ସୁଖଶାନ୍ତି ର ଜନନୀ ଏବଂ ମନୁଷ୍ୟlତ୍ମାଙ୍କୁ ଦୈବୀ ଚେତନା ଜାଗ୍ରତ କରିବାର ମହା ମନ୍ତ୍ର ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ଵାଇଁ,ସମ୍ମାନିତ ଅତିଥି ଆସ୍କା ସୂତା କଳର ଅବସର ପ୍ରାପ୍ତ ଜେନେରାଲ ମ୍ୟାନେଜର ଦିଲ୍ଲୀପ କୁମାର ନାୟକ ଏବଂ ଅତିରିକ୍ତ ପବ୍ଲିକ ପ୍ରୋସିକୁଟର ସୁଧାଂଶୁ କୁମାର ପଣ୍ଡା ଯୋଗଦେଇ ସହରବାସୀଙ୍କୁ ରକ୍ଷା ବନ୍ଧନ ଉପଲକ୍ଷେ ଶୁଭେଚ୍ଛା ପ୍ରଦାନ କରିବା ସହ ଭାଇଚାରାର ସନ୍ଦେଶ ପ୍ରଦାନ କରିଥିଲେ l
କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାର ସତ୍ୟପ୍ରିୟ ପରିଚାଳନା କରିଥିଲେ l ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜ ଯୋଗ ଅଭ୍ୟାସ କରାଇଥିଲେ l ବ୍ରହ୍ମାକୁମାର ବୁଲୁ ଆଧ୍ଯାତ୍ମିକ ସଙ୍ଗୀତ ପରିବେଷଣ କରିବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ରାଜଯୋଗିନୀ ପ୍ରଭାତୀ ଭଉଣୀ ସମସ୍ତଙ୍କୁ ରକ୍ଷା ସୂତ୍ର ପ୍ରଦାନ କରିଥିଲେ l