You are currently viewing ବିଷ ପିଇ ଦେଉଳିଆପଡାର ଜଣେ ବ୍ଯକ୍ତି ଗୁରୁତର, ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ
ବିଷ ପିଇ ଦେଉଳିଆପଡାର ଜଣେ ବ୍ଯକ୍ତି ଗୁରୁତର, ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଦେଉଳିଆପଡା ଗ୍ରାମର ଜଣେ ବ୍ଯକ୍ତି ବିଷ ପିଇ ଗୁରୁତର ହୋଇ ଯାଇଥିବା ସୂଚନା ମିଳିଛି ।ସୂଚନା ଅନୁସାରେ ଆଜି ଦିନ ୧୧ ଘଣ୍ଟା ସମୟରେ ଦେଉଳିଆପଡା ଗ୍ରାମର ୩୫ ବର୍ଷୀୟ ପବିତ୍ର ନାହାକ ଜୁଆ ଖେଳି ପ୍ରଚୁର ମଦ୍ୟପାନ କରି ଘରକୁ ଆସିବା ପରେ ତାଙ୍କ ସ୍ତ୍ରୀ କଂ ସହ ଝଗଡ଼ା ହୋଇଥିଲା। ଏହାପରେ ପବିତ୍ର ଉତକ୍ଷିପ୍ତ ହୋଇ ରାଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ମୂଷା ମରା ଔଷଧ ଖାଇ ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।ତେବେ ତାଙ୍କର ଶରୀର ବିଷକ୍ରିୟା ଯୋଗୁଁ ଗୁରୁତର ହୋଇ ପଡିଥିବା ବେଳେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।