You are currently viewing ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ

ବେଲଗୁଣ୍ଠା, 30/07,ବେଲଗୁଣ୍ଠା ସ୍ଥିତ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷର ବନ ମହୋତ୍ସବ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଅଧ୍ୟାପକ ଡ .ଗୁରୁମୂର୍ତ୍ତୀ ନାୟକ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ସ୍ୱାଇଁ, ବିଶ୍ୱ ରଞ୍ଜନ ସ୍ୱାଇଁ ଏବଂ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନ ପରିସରରେ ଚାରା ରୋପଣ କରିଥିଲେ I ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଏକ ସଚେତନତା ମୂଳକ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ବୃକ୍ଷର ଉପକାରିତା, ଔଷଧିୟ ଗୁଣ ଏବଂ ମଣିଷ ଜୀବନ ସହିତ ବୃକ୍ଷର ନିବିଡ଼ ସମ୍ପର୍କ ବିଷୟରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ I ସଭାରେ ପଚାଶରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଏହାକୁ ଅଧ୍ୟାପକ ସପନ କୁମାର ପ୍ରଧାନ ଏବଂ ରଜତ କୁମାର ଆରୁଖ ପରିଚାଳନା କରିଥିଲେ I ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ -ଶିବରାମ ଚୌଧୁରୀ