You are currently viewing ଏନଟିପିସି ,କଣିହାଁ ପକ୍ଷରୁ ଗଣମାଧ୍ୟମ ସହିତ ବାର୍ତ୍ତାଳାପ କାର୍ଯ୍ୟକ୍ରମ ।
ଏନଟିପିସି ,କଣିହାଁ ପକ୍ଷରୁ ଗଣମାଧ୍ୟମ ସହିତ ବାର୍ତ୍ତାଳାପ କାର୍ଯ୍ୟକ୍ରମ ।

ଅନୁଗୁଳ : ଦିଲୀପ କୁମାର ଚୋପଦାର) ଜିଲ୍ଲାର କଣିହାଁ ସ୍ଥିତ ନେସନାଲ ଥର୍ମାଲ ପାୱାର କର୍ପୋରେସନ ,ଏନଟିପିସି ର ୟୁନିଟ ହେଉଛି , ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ । ଇତି ମଧ୍ୟ ରେ ଏନଟିପିସି,କଣିହାଁ ର ଗଣମାଧ୍ୟମ ସହିତ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଦୀପ ତରଙ୍ଗ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିର ମୁଖ୍ୟ ଅତିଥି ରୂପେ ପ୍ରୋଜେକ୍ଟ ମୁଖ୍ୟ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ ଶହଗଲ ଯୋଗ ଦେଇ କମ୍ପାନୀର ବିବିଧ କାର୍ଯ୍ୟ ର ସବିଶେଷ ତଥ୍ୟ ସାମ୍ବାଦିକ ଙ୍କୁ ଜଣାଇ ଥିଲେ ଏବଂ ପ୍ରୋଜେକ୍ଟର ମାଧ୍ୟମରେ ସବୁ ଦେଖାଇବାର ବ୍ୟବସ୍ଥା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଓ ଏଣ୍ଡ ଏମ ଜେନେରାଲ ମ୍ୟାନେଜର ସତ୍ୟ ରାମ କୃଷ୍ଣ , ଏଜିଏମ୍ (ଟି.ଏସ) ସମର୍ପିତ ଦେୱାସି , ଏଜିଏମ୍ (ପ୍ରୋଜେକ୍ଟ) ଶତ୍ରୁଘ୍ନ ବେହେରା , ଏଜିଏମ (ଏଚ ଆର) ନବନିତ କୁମାର , ସୁଜାତା ରଥ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହାର କାର୍ଯ୍ୟଶୈଳୀ କୁ ନେଇ ବର୍ତ୍ତମାନ ଏହି ପ୍ରୋଜେକ୍ଟ ଚର୍ଚ୍ଚାରେ । ବର୍ତ୍ତମାନ ଏହି ପ୍ରୋଜେକ୍ଟ ର କାର୍ଯ୍ୟିନିର୍ବାହି ନିର୍ଦେଶକ ଶ୍ରୀ ଅଶୋକ ଶହଗଲ ଙ୍କ କାର୍ଯ୍ୟ କୁଶଳତା ତଥା ପାରଦର୍ଶିତା ଯୋଗୁଁ ବିଜୁଳି ଉତ୍ପାଦନ ସଙ୍ଗେ ସଙ୍ଗେ ” ଉଦ୍ୟୋଗିକ ସାମାଜିକ ଉତ୍ତର ଦାୟିତ୍ୱ” ନିର୍ବାହ ପୂର୍ବକ ଅଞ୍ଚଳ ତଥା ଦେଶ ବିକାଶ ରେ ନିଜର ପ୍ରମୁଖ ଭାଗିଦାରୀ ଲିପିବଦ୍ଧ କରି ପାରିଛି । ପାଉଁଶ ପରିଚାଳନା ହେଉ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ହେଉ ସବୁଥିରେ ଉତ୍କୃଷ୍ଟ ମାନ ର କାର୍ଯ୍ୟ କରି ଆସୁଛି । ଉଦ୍ୟୋଗିକ ସାମାଜିକ ଉତ୍ତର ଦାୟିତ୍ୱ କାର୍ଯ୍ୟକ୍ରମ ମାଧ୍ୟମରେ ବାଳିକା ଶସକ୍ତିକରଣ ମିଶନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ରୋଜଗାର, ମହିଳା ଶସକ୍ତିକରଣ ପାଇଁ ଅନେକ ଯୋଜନା ତଥା ପରିଯୋଜନା ର ସଫଳ ରୂପାୟନ ପୂର୍ବକ କାର୍ଯ୍ୟ କରାଯାଉଛି । ବିଦ୍ୟାଳୟ ଗୁଡ଼ିକରେ ସ୍ୱଚ୍ଛ ଭାରତ ଅଭିଯାନ ପୂର୍ବକ ଉନ୍ନତ ଶୌଚାଳୟ ନିର୍ମାଣ, ବିଦ୍ୟାର୍ଥୀ ମାନଙ୍କୁ ସହାୟତା, କନ୍ୟା ମାନଙ୍କୁ ବିବିଧ ସହାୟତା ଏନଟିପିସି ପକ୍ଷରୁ ପ୍ରଦାନ କରାଯାଉଛି । ନିଜ ରାଜ୍ୟ ତଥା ଅନ୍ୟ ରାଜ୍ୟ କୁ ବିଜୁଳୀ ଯୋଗାଣ କରି ଦେଶ କୁ ଆଲୋକିତ କରୁଛି ଏନଟିପିସି ।