You are currently viewing କୋଶଳ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ |
କୋଶଳ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ |

ସୁବର୍ଣ୍ଣପୁର ଜିଲ୍ଲାର ପଟାଭାଡି ଠାରେ ଥିବା ସ୍ଥାନୀୟ କୋଶଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପରମା ନାଏକଙ୍କ ସଭାପତିତ୍ୱରେ ବନ ମହୋତ୍ସବ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଯୋଗଦେଇ ବୃକ୍ଷରୋପଣ କରିବା ସହ ସଂରକ୍ଷଣ ବିଷୟରେ ମତ ପ୍ରଦାନ କରିଥିଲେ | ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଭକ୍ତ ବନ୍ଧୁ ମିଶ୍ର ଓ ଅନ୍ୟ ସ୍ୱତନ୍ତ୍ର ଅତିଥି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂପାଦକ ଓ କ୍ରୀଡ଼ା ନିରୀକ୍ଷକ ଶ୍ରୀ ବାଲାଜୀ ବିଶ୍ୱନାଥ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂଗଠନ କମିଶନର ଶୀଯୁକ୍ତ ଅନନ୍ତରାମ ମେଣ୍ଡିଲି, ବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ , ୱେବ୍ ମିଡ଼ିଆ ସଂଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୀତାମ୍ବର ମହାପାତ୍ର ଯୋଗଦେଇ ବୃକ୍ଷରୋପଣ କରିବା

ଏବଂ ନିଜ ଜୀବନରେ ତାହାର ଆବଶ୍ୟକତା ବିଷୟରେ ମତ ପ୍ରଦାନ କରିବା ସହ ପରିବେଶ ପରିବର୍ତ୍ତନ ସଂବନ୍ଧରେ ମଧ୍ୟ ଅବଗତ କରାଇଥିଲେ | ବିଦ୍ୟାଳୟର ଗାଇଡ୍ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତା ରାଣୀ ନାୟକ ସଭା ସଂଯୋଜନା କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିଦ୍ୟାଳୟର ପ୍ରମୋଦ ସାହୁ,ଦୀପ୍ତିମୟୀ ପଲିଆ, ବୁଲି ବିଶ୍ୱାଳ, ଲୁସି ପ୍ରଭା ପରିଡ଼ା, ପ୍ରତିଭା ନାଏକ, ରୁପା ପଧାନ, ଅନନ୍ୟା ପଧାନ, କାମିନୀ ଜେନା,ନମିତା କୁମାର, ଦୀପକ କୁମ୍ଭାର,ସ୍ମରଣିକା ମହାପାତ୍ର, ସୀମା ମେହେର, କାବ୍ୟା ଦୀପିକା ପଧାନ, ଶୁକ୍ଳାମ୍ବର ବନଛୋର୍ ଓ ସୁମନ ସାହୁ ଇତ୍ୟାଦି ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ |