You are currently viewing ଶେରଗଡ ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି
ଶେରଗଡ ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି

ଶେରଗଡ ବ୍ଲକ ରେ ଆଜି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଈଯାଈଛି। ଆଜିର ଏହି ଶିବିର ରେ 110 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେମଧ୍ୟରୁ 83 ଟି ବ୍ୟକ୍ତିଗତ ହୋଇଥିଲା ବେଳେ 27 ଟି ଗୋଷ୍ଠୀ ଭିତ୍ତିକ ଥିଲା। 1 ଟି ଅଭିଯୋଗ ତ୍ବରିତ ସମାଧାନ ହୋଈଥିବା ବେଳେ ମୂଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ଜଣ ଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ବେଳେ ରେଡକ୍ରସ ପାଣ୍ଠି ରୁ 6 ଜଣ ଙ୍କୁ 45 ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଜିର ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଭି.କିର୍ତିଭାସନ ଙ୍କ ସହିତ ପିଡି ଡିଆରଡିଏ ସମୀର କୁମାର ଜେନା, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତି ସୀମା ସ୍ବାଈଁ, ସ୍ଥାନୀୟ ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା, ତହସିଲଦାର ତ୍ରିଦେବ ରଥ ଙ୍କ ସହିତ ଜିଲ୍ଲା ଏବଂ ବ୍ଲକର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ଏହି ଶିବିର କୁ ପରିଚାଳନା କରିବାରେ ସହଯୋଗ କରିଥିଲେ।