ପୁରୀ,୯/୩- ପୁରୀ କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ପରେ ପୋଲିସ ଖବର ପାଇ ସିଟି ଡିଏସପିଙ୍କ ତତ୍ତ୍ବାବଧାନରେ ସିବିଚ ଆଇଆଇସି, ସାଇବର ଥାନା ପୋଲିସ, ବମ ସ୍କ୍ବାଡ,ଡଗ ସ୍କ୍ବାଡ ଓ ସାଇଣ୍ଟିଫିକ ଟିମ କୋର୍ଟ ପରିସରରେ ସୋମବାର ପୂର୍ବାହ୍ନରେ ତନତନ ଯାଞ୍ଚ କରିଥିଲେ । କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିଲା ।

ଯାଞ୍ଚ ସମୟରେ କୋର୍ଟ ର ସମସ୍ତ କର୍ମଚାରୀ ଓ ଆଇନଜୀବୀ ମାନେ ଗେଟ ବାହରକୁ ଯାଇଥିଲେ । ଆପତ୍ତିଜନକ ସ୍ଥାନ ଗୁଡିକ ଖୋଜା ଖୋଜି ସରିବା ପରେ କୋର୍ଟ କାର୍ଯ୍ଯ ସ୍ବାଭାବିକ ହୋଇଥିଲା । କିଛି ଦିନ ପୂର୍ବେ ଏହିପରି ଇମେଲ ଧମକ ମଧ୍ଯ ଆସିଥିଲା । ସାଇବର ଥାନା ପକ୍ଷରୁ ତଦନ୍ତ କରାଯାଉଛି ବୋଲି ସିଟି ଡିଏସପି ସୂଚନା ପ୍ରଦାନ କରିଛନ୍ତି ।

