ବ୍ରହ୍ମପୁର, ତା୨୭.୯.୨୦୨୩ ରଙ୍ଗେଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଡା ଗ୍ରାମର ଜାତୀୟ ରାଜପଥରେ ଇ.ଭି. ତଥା ଇଲେକ୍ଟ୍ରି ବାଇକ୍ ସୋ ରୁମ ଉଦଘାଟିତ ହୋଇଛି।ଏହି ଉଦ୍ଘାଟନ ଉତ୍ସବରେ ଓଲିଉଡ଼ ସିନେମା ଅଭିନେତ୍ରୀ ତମନା ଭାୟେସ ଏବଂ ଓଲିଉଡ ସିନେମା କମେଡି ତାରକା ରଭି କୁମାର ଯୋଗଦେଇ ଅନୁଷ୍ଠାନର ଉଦ୍ଘାଟନ କରିଥିଲେ।ଏହି ବାଇକ୍ ଗୁଡ଼ିକର ମୂଲ୍ୟ ୬୬୨୦୦ ଠାରୁ ଆରମ୍ଭ କରି ୧୩୦୨୭୦ ପର୍ଯ୍ୟନ୍ତ ଅଛି। ଏବଂ ଏହି ବାଇକ ଗୁଡ଼ିକ ସ୍ଵଳ୍ପ ମୂଲ୍ୟର ଇଲେକ୍ଟ୍ରି ଖର୍ଚ୍ଚ ରେ ଅଧିକ କିଲୋମିଟର ଯାଇଥିବା ପ୍ରକାଶ କରିଛନ୍ତି। ଏବଂ ଏହି ବାଇକ୍ ରେ ନିଆଁ ଲାଗିବା ସମ୍ଭାବନା ନ ଥାଏ ବୋଲି ପ୍ରକାଶ କରିଛନ୍ତି।ଏହି ସମୟରେ କାହ୍ନ। ବାଇକ୍ ସୋ ରୁମର ମାଲିକ ତଥା ବିଜୟ କୁମାର ସାହୁ ଏବଂ ସଞ୍ଜୟ କୁମାର ସାହୁ ଏବଂ ତାଙ୍କ ପରିବାର ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ।ଶେଷରେ ରଭୀ କୁମାର ତାଙ୍କ କମେଡି ଦ୍ଵାରା ଦର୍ଶକ ମାନଙ୍କୁ ବିଭୋର କରାଇଥିଲେ।

