You are currently viewing ମହିଳା ଦିବସ ପାଇଁ ପ୍ରତିଯୋଗିତା
ମହିଳା ଦିବସ ପାଇଁ ପ୍ରତିଯୋଗିତା

ପୁରୀ, ୨/୩ -ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ, ପୁରୀ ଆନୁକୁଲ୍ୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ବଡଦାଣ୍ଡ ଭକ୍ତ ସାଲବେଗ ପୀଠ ରେ ମହିଳା ମାନଙ୍କ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ସମାଜ ସେବୀ ଚକ୍ରଧର ମହାପାତ୍ର ଓ ସାମ୍ବାଦିକ ନାରାୟଣ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲ | ହୁଳହୁଳି ଝୋଟି ,କବିତା ପାଠ, ମ୍ୟୁଜିକ୍ ଚେୟାର ଓ ଚିଟ୍ ଉଠାଣ ପ୍ରତିଯୋଗିତା ହେଇଥିଲା । ବିଜେତାମାନ ଙ୍କୁ ପୁରସ୍କାର ମାର୍ଚ୍ଚ ୮ ତାରିଖ ରେ ଅନ୍ନପୂର୍ଣ୍ଣ। ରଙ୍ଗମଞ୍ଚ ଦିଆଯିବ । ନିର୍ଦ୍ଦେଶିକା ଅରୁଣିମା ନନ୍ଦ ଙ୍କ ଅଧ୍ୟକ୍ଷତା ରେ ସଭାନେତ୍ରୀ ରତ୍ନମଣି ନାୟକ,ସମ୍ପାଦିକା ପଦ୍ମିନୀ ବେହେରା,ସହ ସମ୍ପାଦିକା ମମତା ମିଶ୍ର ଙ୍କ ସମେତ ସମସ୍ତ ସଭ୍ୟା ଉପସ୍ଥିତ ଥିଲେ ।