ଧରାକୋଟ,18/12/23
ଧରାକୋଟ ବ୍ଲକ ର ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମରେ ନୂଆ ଓଡିଶା, ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଇ ଓ ଲିଙ୍ଗରାଜ ସ୍ବାଇଁ,ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ,ଡାକ୍ତର ସୁକାନ୍ତ ପାତ୍ର,ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।ପୁରୁଷ,ମହିଳା ଓ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ଶରୀର ପାଇଁ କ୍ରୀଡାର ଆବଶ୍ୟକତା ଓ ପ୍ରତିଯୋଗୀ ମନୋଭାବ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ବ୍ଲକ ସ୍ତରରେ ଧରାକୋଟ ମିନି ଷ୍ଟାଡିୟମ, ମୁଣ୍ଡମରାଇ ଏ ଏନ ବିଦ୍ୟାପୀଠ, ଘୋଡାଦେଇ ହାଇସ୍କୁଲ ଡାକିବଜା ଓ ମାଣିକ ପୁର ବୀଣା ଛାଟୋଇ ହାଇସ୍କୁଲ ରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏହା ଆସନ୍ତା ଚାରି ଦିନ ଧରି ଚାଲିବ ।

ଏଥିରେ ଭାଗ ନେବାପାଇଁ 102 ଗୋଟି ଦଳ ଅନଲାଇନ ରେ ପଞ୍ଜିକରଣ କରିଛନ୍ତି । ମହିଳା ଓ ପୁରୁଷ ଦୁଇଟି ବିଭାଗର ମୋଟ 1340 ଜଣ ସଦସ୍ୟ ଖେଳରେ ସାମିଲ ହେବେ । କ୍ରିକେଟ ଖେଳ ପାଇଁ ସର୍ବାଧିକ 26 ଗୋଟି ଟିମ ପଞ୍ଜିକରଣ କରିଛନ୍ତି। ବ୍ଲକ ସ୍ତରରେ ଚାମ୍ପିଅନ ଟିମ ଓ ରନର ଟିମ କୁ ନଗଦ ଅର୍ଥ ରାଶି ପ୍ରଦାନ କରାଯିବ। ଚାମ୍ପିଅନ ଟିମ ଜିଲ୍ଲା ସ୍ତରରେ ଖେଳିବେ । କ୍ରୀଡ଼ା ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଖେଳାଳି ଙ୍କୁ ଆସନ୍ତା 21 ତାରିଖ ଦିନ ମାନପତ୍ର ସହ ପୁରସ୍କୃତ କରାଯିବ ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି । ବ୍ଲକ ସ୍ତରର ବିଭିନ୍ନ ବିଦ୍ୟାଳୟର 22 ଜଣ କ୍ରୀଡ଼ା ଶିକ୍ଷକ ଏହାର ପରିଚାଳନା କରୁଥିବା ବେଳେ ସ୍ୱେଚ୍ଛାସେବୀ ମାନେ ଏଥିରେ ସହଯୋଗ ପ୍ରଦାନ କରୁଛନ୍ତି ।
