ସୋରଡ଼ା, ୧୭/୨୫(ଲିଟୁ କୁମାର ବିଷୋୟୀ)
ଆମର ଜସ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସରରେ ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଓଡିଶା ର ପୁର ରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଏହି ଅବସରରେଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ହୁକୁମା ପଞ୍ଚାୟତ ଅଧୀନ ବି କୋଟିବାଡି ଗ୍ରାମରେ ମଧ୍ୟ ଏକ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହୁକୁମା ସରପଞ୍ଚ ରବି ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ବୃକ୍ଷରୋପଣ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହିଅଧିକାରି ରାଜେଶ ବେହେରା,କନିଷ୍ଠ ଯନ୍ତ୍ରୀ ପ୍ରଭାତ ଦାସ, ବିଏଏଫଟି ରବି ମହାଙ୍କୁଡ,ଏଡିଓ ନିମାଇଁ ଚରଣ ଦାସ,ଯୋଗାଣସହାୟକ ହରିଶଙ୍କର ପାଣିଗ୍ରାହୀ, ଗାଁସାଥି ଟୁନି ବେହେରା ଙ୍କ ସମେତ ସମାଜସେବୀ କାଳିଆ ଗୌଡ଼ , ପଞ୍ଚା ପ୍ରଧାନ,ବାବୁଲା ଗୌଡ଼, କୃଷ୍ଟ ଗୌଡ଼ ଉପସ୍ଥିତ ରହିଥିଲେ।ପ୍ରତ୍ୟେକ ଲୋକ କିଛି ଗଛ ଲଗାଇଥିଲେ| ତତ ସହିତ ସମସ୍ତ ଙ୍କୁ ଗଛ ଲଗାଇବା ପାଇଁ ସଚେତନ ର ବାର୍ତ୍ତା ଦେଇଥିଲେ |


