ଦିଗପହଣ୍ଡି ସରକାରଙ୍କ ବିପିଲ ଯୋଜନା ରେ ମାଗଣା ଚାଉଳ ପାଇଁ ବହୁ ଅସୁବିଧାର ଶିକାର ହେଉଛନ୍ତି ହିତାଧିକାରୀ l ଗାଁକୁ ଯାତାୟାତ ପାଇଁ ପାଦଚଲା ରାସ୍ତା ଟିକିଏ ନଥିବାରୁ ପ୍ରାୟ ୪୪କିମି ରାସ୍ତା ସକାଳ ୬ଟାକୁ ଗଲେ ସନ୍ଧ୍ୟା ୬ଟା ରେ ଗାଁକୁ ଚାଉଳ ନେଇ ଆସି ବାକୁ ପଡୁଛି l
ବହୁତ ବର୍ଷା ହେଲା ରାସ୍ତା ପାଇଁ ଆଦିବାସୀ ଲୋକମାନେ ଯନ୍ତ୍ରଣାରେ ଛଟ ପଟ ହେଉଥିଲେ ମଧ୍ୟ ନା ପ୍ରଶାସନ ନା ସ୍ଥାନୀୟ ବିଧାୟକ ମଧ୍ୟ ୨୫ବର୍ଷରୁ ଅଧିକ ସମୟ ଚାଉଳ, ଶକ୍ତି, ରାଜସ୍ବ ବିଭାଗରେ ମନ୍ତ୍ରୀ ଥାଇ ମଧ୍ୟ ନିଜ ଅଂଚଳକୁ ରାସ୍ତା, ବିଜୁଳି, ନଳକୂଅ ଏବଂ ବିଭିନ ମୌଳିକ ସୁବିଧାରୁ ସେ ବଞ୍ଚିତ ରଖିଛନ୍ତି ବୋଲି ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ପଞ୍ଚଯାତର ଦାଦୁରୁମା କୁରୁମା, ଗୋଚ୍ଛାପଟାର ଅଧିବାସୀ ଅଭିଯୋଗ କରିଛନ୍ତିଯେ ବହୁବାର ସୂର୍ଯ୍ୟ ପାତ୍ର ଙ୍କୁ ଜଣାଇଲା ପରେ ମଧ୍ୟ ଏବଂ ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କିଛି ସଫଳ ମିଳି ନାହିଁ l ଫଳରେ ଗ୍ରାମ ବାସୀ ଦୁର୍ଗମ ଅଂଚଳର ଘାଟୀ ପାର ହୋଇ ଯାଉଛନ୍ତି l ଏପରିକି ଦୁଃଖର ଏବଂ ପରିତାପର ବିଷୟ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ସେମାନଙ୍କ ଦୁଃଖକୁ ବିଧାୟକ ହଁ କରିବା ବୋଲି ଭଣ୍ଡ ଏଇ ବାରେ ଏବଂ ଛଳନା କରିବା ରେ ଲାଗିଛନ୍ତି l
ଏପରିକି ଗାଁରେ କେହି ଅସୁସ୍ଥ ହେଲେ ଦୋଳା କରି ନେବାକୁ ପଡୁଛି l ନବୀନ ବାବୁଙ୍କ ଜିଲ୍ଲାରେ ଏହିପରି ଅପହଞ୍ଚ ଅଞ୍ଚଳ ଅଛି ଯେଉଁଠି ଅଧିବାସୀ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ତାହା ଦାଦୁରୁମା, କୁରୁମା, ଏବଂ ଗୋଚ୍ଛା ପଟା ଗ୍ରାମର ଚିତ୍ର ସ୍ଵଷ୍ଟ କରୁଛି l ଦିଗପହଣ୍ଡି ସଦର ମହାକୁମ ଠାରୁ ପ୍ରାୟ ୪୦କିମି ଦୂରରେ ଅବସ୍ତିସ୍ତ ଚାରି ଚାରିଟି ପାହାଡ଼ ଘେରା ଗ୍ରାମ ଦାଦୁରୁମା, ଗୋଚ୍ଛାପଟା ଗ୍ରାମରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି ସେଠି ବିଶୁଦ୍ଧ ପାଣି ନାହିଁ ବିଜୁଳି ବି ନାହିଁ କି ରାସ୍ତା ନାହିଁ l ସୌରଶକ୍ତି ମାଧମରେ କିଛି ପରିମାଣ ଅନ୍ଧାର ଦୂର କରିଛନ୍ତି l ନିର୍ବାଚନ ଆସିଲେ ନେତାମାନେ ଭୋଟ ନିୟନ୍ତି କିନ୍ତୁ ସେମାନଙ୍କର କାମ କରୁନାହାନ୍ତି ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି l ପ୍ରତେକ ମାସରେ ପ୍ରତେକ ପରିବାର ମାଗଣା ଚାଉଳ ନେବା ପାଇଁ ସେମାନଙ୍କୁ ପ୍ରାୟ ୪୪କିମି ଘାଟୀ ରାସ୍ତା ଦେଇ ସହଦେଵ ଟିକରପଡା ପଞ୍ଚଯାତକୁ ଆସିବାକୁ ପଡୁଛି l ସେହିପରି ଗାଁ କୁ ଆମ୍ବୁଲାନସ ଆସୁନାଥୁବାରୁ ୪ଟି ପାହାଡ ଦେଇ ଦୋଳାରେ ରୋଗୀଙ୍କୁ ମୋହନା ବ୍ଲକର ଡେଙ୍ଗେମା କାଇଟମା ପିଚୁ ରାସ୍ତା ଏବଂ ସେହି ବ୍ଲକର ହାଣ୍ଡିମା ଜାମାଡିହ ର ପିଚୁ ରାସ୍ତାକୁ ନେଉଛନ୍ତି l ଏହି ଗ୍ରାମବାସୀ ମାନେ ପ୍ରତିମାସରେ ଚାଉଳ ଆଣିବାକୁ ଯାଇଥାନ୍ତି l ହେଲେ ଏହି ଗ୍ରାମରୁ ମୋହନା ବ୍ଲକର ଶିଙ୍କୁଳିଆ ପଦର ପଞ୍ଚଯାତ କୁ ପାଖା ପାଖି ୫କିମି ଦୂରରରେ ଅଛି l ଯଦି ଏଠି ଚାଉଳମିଳିଥାନ୍ତl ତେବେ ସେମାନେ ବହୁତ ଉପକୃତ ହୋଇଥାନ୍ତେ l
ମୁଖ୍ୟମନ୍ତ୍ରୀ ଗଞ୍ଜାମକୁ ୧ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ କହିଛନ୍ତି କିନ୍ତୁ ଜନ ସାଧାରଣଙ୍କ ମୌଳିକ ସୁବିଧାରୁ ବଂଚିତ କରିଛନ୍ତି ବୋଲି ସେହି ଗ୍ରାମକୁ ଯାଇଥିବା ବିଜେପିର ପୂର୍ବ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି l ସେ କହିଛନ୍ତି ଯଦି ସକାରାତମ ପଦକ୍ଷେପ ନ ନିଆଯାଏ,ଆଗାମୀ ଏକ ମାସ ଭିତରେ ବ୍ଲକ ଆଗରେ ଧାରଣା ଏବଂ ଘେରାଉ ଗ୍ରାମବାସୀ ଙ୍କୁ ନେଇ କରାଯିବ l ତାଙ୍କ ସାଙ୍ଗରେ ସୁଦାମ ଗୌଡ଼, ସେବକ ଦଳାଇ, ଚିନ୍ମୟ ରେଡି, ପାଣ୍ଡବ ପରିଡା, ପ୍ରତିଭା ଏବଂ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ, ସନାତନ, ସରୋଜ, ଚନ୍ଦ୍ର, ପବିତ୍ର ମଙ୍ଗରାଜ ଅନତ, ରାଜେନ୍ଦ୍ର ସହଯୋଗ କରିଥିଲେ

ସିପ୍ରା ରାଣୀ ତ୍ରିପାଠୀ ଙ୍କ ରିପୋର୍ଟ
