You are currently viewing ସାନ ଉତ୍ସାପଡା ପଂଚାୟତ ରେ ବିଶ୍ୱ ଶୌଚାଳୟ ଦିବସ ପାଳିତ
ସାନ ଉତ୍ସାପଡା ପଂଚାୟତ ରେ ବିଶ୍ୱ ଶୌଚାଳୟ ଦିବସ ପାଳିତ

ଏହି କାର୍ଯ୍ୟକ୍ରମରେ ସାନ ଉସ୍ତାପଡ଼ା ପଂଚାୟତର ସରପଞ୍ଚ ସନ୍ତୋଷ କୁମାର ସ୍ୱାଇ ଭି ଅଲ ଡବ୍ଲୁ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଂଚାୟତ ରେ ସରପଞ୍ଚ ଉପସ୍ଥିତ ଥିଲେ। ପଂଚାୟତ ଅଫିସ ରେ ଉଦଘାଟନ ହେବା ସହ ପଂଚାୟତ ପରିକ୍ରମା କରିଥିଲେ। ପାଇଖାନାର ବ୍ୟବହାର ଏବଂ ସ୍ୱଛତା କୁ ନେଇ ଅବଗତ କରାଇ ଥିବା ସହ ଏକ ସଭା ମଧ୍ୟ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ରହି ଅଧିକ ଜନ ଜାଗୃତି କରିବା ସହ ନିଜର ମାତାବ୍ୟକ୍ତ କରିଥିଲେ। ଜୀବନ ଅତିବାହିତ କରିବା ପାଇଁ ଯେମିତି ଖାଦ୍ୟ ବସ୍ତ୍ର ବାସଗୃହ ଜରୁରୀ ସେମିତି ଶୌଚାଳୟ ମଧ୍ୟ ନିହାତି ଆବଶ୍ୟକ ବୋଲି ମତ ରଖିଥିଲେ।ପ୍ରତି ୩ଜଣ ମହିଳା ଙ୍କ ମଧ୍ୟ ରେ ୧ ମହିଳାଙ୍କୁ ଶୌଚାଳୟ ରୁ ବଞ୍ଚିତ ବୋଳି ସେ ମତ ରଖିଥିଲେ। ମହିଳାଙ୍କୁ ଏବଂ ଝିଅ ମାନଙ୍କ ବାହାରେ ଶୌଚ କରିବା ଦ୍ୱରା ସନମାନ ହାନି ଏବଂ ଅପରାଧ ର ଡର ମଧ୍ୟ ରହୁଛି ବୋଲି ମତ ବ୍ୟକ୍ତିଗତ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।