ଜଗନ୍ନାଥ ପ୍ରସାଦ :22/2:
ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ଦୁଈ ଦଫା ଦାବି ପୂରଣ ନିମନ୍ତେ ଆଜକୁ 1 ମାସ ହେଲାଣି କଳା ବ୍ୟାଚ ପରିଧାନ କରିଥିଲେ ସୁଦ୍ଧା ସରକାର କୌଣସି ଦାବି ଶୁଣି ନଥିବାରୁ ଗତ ମଙ୍ଗଳବାର ଦିନ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ସହିତ କଳା ବ୍ୟାଚ ପରିଧାନ କରିଛନ୍ତି l ସ୍ଥାନୀୟ ଅଞ୍ଚଳରେ ଘଟୁଥିବା ଦୁର୍ଘଟଣା ଠାରୁ ଆରମ୍ଭ କରି ଅଗ୍ନିକାଣ୍ଡ ଓ ବିଭିର୍ଣ୍ଣ ଦୈଵଦୁର୍ବିପାକ ସମୟରେ ଅଗ୍ନିଶମ କର୍ମଚାରୀ ସୁଚାରୁରୂପେ କାର୍ଯ୍ୟ ସମ୍ପର୍ଣ୍ଣ କରୁଛନ୍ତି l ଏହାସତ୍ୱେ ସରକାର ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରିଛନ୍ତି l ବିଶେଷକରି ଓଡିଶା ପୋଲିସର ସିପାହୀ ଓ ହାବିଲଦାର ମାନଙ୍କ ଦରମା ଭଳି ଅଗ୍ନିଶମ କର୍ମଚାରୀ ମାନଙ୍କୁ ସାମାନ ବେତନ ପ୍ରଦାନ କରିବା ଓ କର୍ମଚାରୀ ସଂଘ ପଞ୍ଜିକରଣ ପାଇଁ ରାଜ୍ୟରେ କାର୍ଯ୍ୟରତ କର୍ମଚାରୀ ଦାବି କରିଛନ୍ତି l ଏଣୁ ଜଗନ୍ନାଥ ପ୍ରସାଦ ବ୍ଲକ ନିକଟ ଜିରାବାଡି ଠାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟରେ 21 ତାରିଖ ମଙ୍ଗଳବାର ଦିନଠାରୁ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟବନ୍ଦ ସହିତ କଳାବ୍ୟାଚ ପରିଧାନକରି ଶୃଙ୍ଖଳିତ ଭାବେ ବସିଛନ୍ତି l ଅଗ୍ନିଶମ ସେବା ସଂସ୍ଥାର(ମୁଖ୍ୟ ଅଗ୍ନିକ)ହାବିଲଦାର, ଆଗ୍ନିକ, ଗାଡିଚାଳକ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି l

