You are currently viewing ବଡ଼ଦେଓ ସାନଦେଓ ଐତିହ୍ୟ କିର୍ତ୍ତୀରାଜି ବିକଶିତ କରାଯାଉ
ବଡ଼ଦେଓ ସାନଦେଓ ଐତିହ୍ୟ କିର୍ତ୍ତୀରାଜି ବିକଶିତ କରାଯାଉ

ନିଗମାନନ୍ଦ ଏଜୁକେସନ ସେଣ୍ଟର ଏବଂ କଳିଙ୍ଗ କଳା ପରିଷଦ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ କାନ୍ଥିଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମ ନିକଟ ଥିବା କେରାଣ୍ଡିମାଳ ପର୍ବତରେ ରହିଥିବା ବଡ଼ଦେଓ ସାନଦେଓଙ୍କ ପୀଠ ସ୍ଥଳି ଅବହେଳିତ ହୋଇ ପଡି ରହିଛି.ମହୁଡା ରାଜା ରାଜରାଜୁଡା ଶାସନ ସମୟରେ ପ୍ରତୀପକ୍ଷ ଶ୍ରତୁଙ୍କୁ ମୁକାବିଲା କରିବା ପାଇଁ ବଡ଼ଦେଓ ସାନଦେଓ ପାହାଡ଼ ମଧ୍ୟ ଭାଗରେ ଥିବା ମନ୍ଦିର ପରିସରରେ ରହି ସମସ୍ତ କାର୍ଯ୍ୟ ପ୍ରସ୍ତୁତ କରୁଥିଲେ.

ବର୍ତ୍ତମାନ ଗୋପାଳ ସମାଜ ପକ୍ଷରୁ ପ୍ରତିବର୍ଷ ଚଇତ୍ର ମାସରେ ଗଞ୍ଜାମ ଜିଲ୍ଲା ସହିତ ପଡୋଶୀ ଆନ୍ଦ୍ରରୁ ମଧ୍ୟ ଆସି ମୁଣ୍ଡନ କାର୍ଯ୍ୟ କରିଥାନ୍ତି.ଯେହେତୁ ଉକ୍ତ ମନ୍ଦିର ପ୍ରଚାର ପ୍ରସାର ଅଭାବ ହେତୁ ଲୋକଲୋଚନକୁ ଆସି ନାହଁ ତେଣୁ ବିକାଶ ଠାରୁ ବହୁ ପଛରେ ରହି ଯାଇଛି.ଏଣୁ ଉକ୍ତ ପୀଠସ୍ଥଳକୁ ସଂଯୋଗ କରୁଥିବା ରାସ୍ତା ଉନ୍ନତିକରଣ ସହିତ ପୀଠ ସ୍ଥଳର ବିକାଶ ପାଇଁ ଅଞ୍ଚଳବାସୀ ସରକାରଙ୍କୁ ନିବେଦନ କରିଛନ୍ତି.ଏହି ଅବସରରେ ନିଗମାନନ୍ଦ

ଏଜୁକେସନ ସେଣ୍ଟର ସମ୍ପାଦକ ସତ୍ୟନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଡୁରା ରାମନାରାୟଣ ବିଜ୍ଞାନ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପ୍ରମୁଖ ଡା.ଉଷାରାଣୀ ବ୍ରହ୍ମା,ସମ୍ମାନନୀୟ ଅତିଥି ରୂପେ ଟାମଣା ବନପାଳ ପ୍ରଶାନ୍ତ କାର୍ଜୀ,ସମାଜସେବୀ ମନୋଜ ଚୌଧୁରୀ,ନରସିଂହ ସାହୁ ଓ ଶରତ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ.ବୃକ୍ଷର ଉପକାରିତା ସମ୍ପର୍କରେ ସଚେତନ କରିବା ସହିତ ଅଞ୍ଚଳର ପ୍ରାଚୀନ କୀତ୍ତିରାଜି ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ସରକାରୀ ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି କହିଥିଲେ.ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀମତୀ ବ୍ରହ୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା.କାର୍ଯ୍ୟକ୍ରମ ପରିଚାଳନାରେ କଳିଙ୍ଗ କଳା ପରିଷଦ ଶୁଭ୍ରସ୍ଵାତି ରାଉତରାୟ ବିଷୋୟୀଙ୍କ ସମେତ ଅନିଲ ଚୌଧୁରୀ,ରବି ମଳିକ,ବାଳି ମଳିକ,ଚନ୍ଦ୍ର ମଳିକ,ନଟୁ ମଳିକ,ବାଉରୀ ମଳିକ ପ୍ରମୁଖ ଉପସ୍ଥିତ ଥିଲେ.