You are currently viewing ତାଲୁକା ଆଇନ ସେବା କମିଟି ପକ୍ଷରୁ ବୃକ୍ଷରୋପଣ
ତାଲୁକା ଆଇନ ସେବା କମିଟି ପକ୍ଷରୁ ବୃକ୍ଷରୋପଣ

ଦିଗପହଣ୍ଡି ତାଲୁକା ଆଇନ ସେବା କମିଟି ପକ୍ଷରୁ ୭୪ ତମ ବନ ମହୋତ୍ସବ ସପ୍ତାହ ଅବସରରେ ଶନିବାର ଦିନ କୋର୍ଟ ପରିସରରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ବନବିଭାଗ ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟି ଅଧ୍ୟକ୍ଷା ତଥା ଜେଏମ୍ଏଫସି ପ୍ରିୟଦର୍ଶିନୀ ତ୍ରିପାଠୀ ପ୍ରଥମେ ବୃକ୍ଷରୋପଣ କରିଥିଲେ । ପରେ ଉପସ୍ଥିତ ଥିବା ଆଇନଜୀବି, କୋର୍ଟ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ । ବନପାଳ ସନ୍ତୋଷ କୁମାର ବିଷୋୟୀ ରତ୍ନ , ଏପିପି ବିପ୍ଲବ କୁମାର ମୁଦୁଲି , ଆଇନଜୀବୀ ହରପ୍ରସାଦ ରଥ , ସନ୍ତୋଷ କୁମାର ସାହୁ , ସଞ୍ଜୟ କୁମାର ପଣ୍ଡା , ରାଜେନ୍ଦ୍ର କୁମାର ତ୍ରିପାଠୀ , ସିମାଞ୍ଚଳ ପ୍ରଧାନ, କିଶୋର ଚନ୍ଦ୍ର ଗୌଡ , ବିଚାର ବିଭାଗୀୟ କର୍ମଚାରୀ ଅଞ୍ଜଳି ମହାରଣା , ସଶ୍ମିତା ମହାରଣା , ସତ୍ଯ ନାରାୟଣ ପାଢୀ , ଅଶ୍ବିନୀ କୁମାର ପଟ୍ଟନାୟକ , ସଂଗ୍ରାମ କେଶରୀ ପଣ୍ଡା , ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା