ଖଲ୍ଲିକୋଟ ; 2/11 ରାଜ୍ୟ ସରକାର ପଶୁ ସମ୍ପଦ ର ସୁରକ୍ଷା ଓ ସେମାନଙ୍କ ଉତ୍ତମ ବିଚରଣ ସାଙ୍ଗକୁ ସେମାନଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟବସ୍ଥା ପାଇଁ ନୂଆ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଖଲ୍ଲିକୋଟ ରେ ବ୍ରିଟିଶ ଅମଳ ର ଏକ ପଶୁ ଚିକିତ୍ସା କେନ୍ଦ୍ର ରହିଛି |ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଜରାଜୀର୍ଣ୍ଣ ହେବାକୁ ବସିଲାଣି |ତଥାପି ଜଣେ ମାତ୍ର ପଶୁ ଚିକିଚ୍ଛକ ରେ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର ପଶୁ ଚିକିଛା ନିର୍ଭର କରେ |ଉକ୍ତ ପଶୁ ଚିକିଛା କେନ୍ଦ୍ର ଅଧୀନ ରେ 11 ଗୋଟି ଏଲ ଆଇ କେନ୍ଦ୍ର ରହିଥିବା ବେଳେ 7 ଗୋଟି ଲାଇଭି ଷ୍ଟକ ନିରୀକ୍ଷକ ନାହାନ୍ତି |ଅଧିକାଂଶ ସ୍ଲ ଆଇ କେନ୍ଦ୍ର ର ନିଜସ୍ୱ ଘର ନାହିଁ | ଅଧିକାଂଶ ଘର ଭାଙ୍ଗି ନଷ୍ଟ ହୋଇ ଯାଇଛି |ଫଳରେ ଖୋଳା ଆକାଶ ତଳେ ପଶୁ ଚିକିଛା ଚାଲିଛି |ମଇଁଷି 2000 ଥିବା ବେଳେ ଛେଳି 7000,ଗାଇ 24 ହଜାର ପ୍ରାୟ 2 ଲକ୍ଷ୍ୟ କୁକୁଡ଼ା ପ୍ରାୟ 14 ଗୋଟି ଫାର୍ମ ରେ ଅଛନ୍ତି |ଏହା ସମେତ ପୋଷା କୁକୁର ଓ ବିଲେଇ ଓ ଅନ୍ୟାନ୍ୟ ପଶୁ ପକ୍ଷୀ ଙ୍କ ଚିକିଛା ଆବଶ୍ୟକ ଥିବା ବେଳେ ସନ୍ଧ୍ୟା ପରେ କୌଣସି କର୍ମଚାରୀ ନ ରହିବା ଯୋଗୁଁ ଜରୁରି କାଳୀନ ଚିକିଛା ବ୍ୟାହତ ହେଉଛି |ସରକାର ଚିକିଛା କେନ୍ଦ୍ର କୁ ଯୋଗାଉଥିବା ଔଷଧ ସମୁଦ୍ର କୁ ଶଙ୍ଖେ ତେଣୁ ଅଧିକାଂଶ ଚାଷୀ ସେମାନଙ୍କ ପଶୁ ମାନଙ୍କ ପାଇଁ ବାହାରୁ ଚଢ଼ା ଡରରେ ଔଷଧ କିଣିବାକୁ ପଡ଼ୁଛି |ପଶୁ ପକ୍ଷୀ ଙ୍କ ପରିମାଣ କୁ ଆକ୍ଷି ଆଗରେ ରଖି ଏଠାରେ ଏକ ଭ୍ରାମ୍ୟ ମାଣ ଚିକିଛା ଭ୍ୟାନ ଯୋଗାଇଥିଲେ |ତେବେ ପରିଚାଳନା ଗତ ତ୍ରୁଟି ଓ ଆବଶ୍ୟକ ଇନ୍ଧନ ଅଭାବ ରୁ ଉକ୍ତ ଭ୍ୟାନ ଟି ଗତ 15 ମାସ ହେଲା ଚିକିଛା କେନ୍ଦ୍ର ପରିସର ରେ ପଡ଼ି ଖତ ଖାଉଛି |, ରାଜ୍ୟ ସରକାର କାମଧେନୁ ନାମକ ଏକ ଯୋଜନା ଆରମ୍ଭ କରିଥିଲେ ହେଁ ଏଯାବତ ଗୋ ଚାଷୀ ମାନେ ସୁବିଧା ପାଇଁ ନାହାନ୍ତି |ଖଲ୍ଲିକୋଟ ରେ ପ୍ରଚୁର ପରିମାଣ ରେ ଗୋରୁ ଗାଇ ରାସ୍ତା ଉପରେ ବୁଲୁଥିବା ବେଳେ ଦୁର୍ଘଟଣା ଶିକାର ହେଉଛନ୍ତି |ତ୍ୱରିତ ଚିକିଛା ପାଇଁ କୌଣସି ବ୍ୟବସ୍ଥା ନ ଥିବା ଯୋଗୁଁ ବୁଲା ଗୋରୁ ଗାଇ ଅକାଳରେ ମୃତୁ ବାରଣ କରୁଛନ୍ତି |ଖଲ୍ଲିକୋଟ ଠାରେ ଏକ ଶହେ ଶଯ୍ୟା ବିଶିଷ୍ଟ ଗୋ ଶାଳା ନିର୍ମାଣ ପାଇଁ ବହୁ ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ ଏଯାବତ କେହି ହେଲେ କର୍ଣ୍ଣପାତ କଡ଼ୁନାହାନ୍ତି |

ପଶୁ ଚିକିଛା କାର୍ଯ୍ୟାଳୟ ପରିସର ଟି ଅରମା ଜଙ୍ଗଲ ହୋଇ ପଡ଼ିଥିବା ବେଳେ ସରକାର ଆବଶ୍ୟକ କଣ୍ଟିଜେନସି ନ ଦେବା ଯୋଗୁଁ ସଫା ହୋଇ ପାରୁନି ବୋଲି ଭାରପ୍ରାପ୍ତ ଡାକ୍ତର ପ୍ରକାଶ କରିଛନ୍ତି |ତେଣୁ ପଶୁ ସମ୍ପଦ ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ର ହୋଇଥିବା ବେଳେ ପଶୁ ଚିକିଛା କ୍ଷେତ୍ର ରେ ଏଭଳି ଅବ୍ୟବସ୍ଥ ପଶୁ ପ୍ରେମୀ ମାନେ ଘୋର ଅସନ୍ତୋଷ ପ୍ରକାଶ ପାଇଛି |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
