ଛତ୍ରପୁର , (3/9): ସ୍ୱାଧୀନତା ର ସାତ ଦଶନ୍ଧୀ ପରେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ ଵା ବାସଗୃହ ର ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ଆମେ ସଂଘର୍ଷରତ l ମଦ ମାଫିଆ, ପୁଞ୍ଜିପତି ମାନେ ଗଣତନ୍ତ୍ର କୁ କବ୍ଜା କରି ଜନସାଧାରଣ ଙ୍କୁ ପଙ୍ଗୁ କରିଦେଲେଣି l ଏଣୁ ଦେଶପ୍ରେମ ବହ୍ନହି ପ୍ରଜ୍ବଳିତ କରି ଭୋକ, ଭୟ, ଭ୍ରଷ୍ଟାଚାର, ବେକାରୀ ଦରବୃଦ୍ଧି, ବିଷାକ୍ତ ମଦ ମୃତ୍ୟୁ ବିରୁଦ୍ଧରେ ନେତାଜୀଙ୍କ ସ୍ବପ୍ନ “ଜନତା ଙ୍କ ହାତରେ ଶାସନ ” ପ୍ରତିଷ୍ଠା ପାଇଁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଓଡିଶା ରାଜ୍ୟ କମିଟି ନିଷ୍ପତି ମୁତାବକ ସାରା ରାଜ୍ୟ ରେ ଜନ ସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ ଚିକିଟି ବ୍ଲକ ରୁ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲ୍ଲା ଫରୱାର୍ଡ଼ ବ୍ଲକ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ର ନେତୃତ୍ୱରେ ଛତ୍ରପୁର ରେ ଏକ ପଦଯାତ୍ରା ଆରମ୍ଭ କରାଯାଇଥିଲା l ଛତ୍ରପୁର ଅପର ବସ ଷ୍ଟାଣ୍ଡ ଠାରୁ ଏହି ପଦଯାତ୍ରା ର ଆୟାମରମ୍ଭ କରାଯାଇଥିଲା l ଏହି ପଦଯାତ୍ରା ଜ଼ିଲ୍ଲାପାଳ ଙ୍କ ଅଫିସ ଅତିକ୍ରମ କରି ଡି ଆର ଡି ଏ ଛକ ଠାରେ ନେତାଜୀ ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ସମାପ୍ତ କରାଯାଇଥିଲା l ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସଭାପତି ବିଭୂଧେନ୍ଦ୍ର ପାଢ଼ୀ କୋଷାଧକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ, ଅଲ ଇଣ୍ଡିଆ ଆଗ୍ରଗାମୀ ମହିଳା ସମିତି ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀ ଦୋରା, student ବ୍ଲକ ରାଜ୍ୟ ସାଧାରଣ ସମ୍ପାଦିକା ଲକ୍ଷ୍ମୀ ବାରିକ, ଜଗନ୍ନାଥ ପ୍ରଧାନ, ଛାତ୍ର ନେତା ଅଜିତ କୁମାର ସାହୁ, ଦିଲୀପ କୁମାର ଅଧିକାରୀ, ଇମ୍ରାନ ଖାନ ସମେତ ବହୁ ନେତା, କର୍ମୀ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ l
