ଦିଗପହଣ୍ଡି

ଆଜି ତା 26/07 ରିଖରେ ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ (DFO) ଶନି ଖୋଖାର ଏବଂ ଅଶ୍ୱିନୀ ମହାନ୍ତି ମୁଖ୍ୟଯନ୍ତ୍ରୀ (ଆର ଭି ଏନ ବେସିନ ବ୍ରହ୍ମପୁର )ଙ୍କୁ ଅଂଚଳବାସୀଙ୍କ ପକ୍ଷରୁ ସ୍ମାରକ ପାତ୍ର ପ୍ରଦାନ କରାଯାଇଛି l ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମ୍ଭାରୀ ଗାଁ ପଂଚାୟତ ନିକଟସ୍ଥ ଘୋଡ଼ାହାଡ଼ ଜଳଭଣ୍ଡାର ଏବଂ ଆଖପାଖ ନଦୀଗଣ୍ଡ ମାନଙ୍କରେ ବାରମ୍ବାର କୁମ୍ଭୀର ଆକ୍ରମଣ କରି ମଣିଷ ମାରିବାର ଏବଂ କ୍ଷତବିକ୍ଷତ କରିବାର ନଜର ଆସୁଅଛି । ନଦୀଗୁଣ୍ଡ ମାନଙ୍କରେ କୁମ୍ଭୀରମାନେ ରହୁଥିବା ବେଳେ ଗତ କିଛିଦିନ ହେଲା ନଦୀପଠାକୁ ଏବଂ ନଦୀ ତୁଠକୁ ଆସି ମଣିଷ ତଥା ଗୃହପାଳିତ ପଶୁମାନଙ୍କୁ ବାରମ୍ବାର ଆକ୍ରମଣ କରୁଛନ୍ତି । ଗତମାସ ଜୁନ୍ ୨୫ ତାରିଖରେ କୁମ୍ଭୀର ଆକ୍ରମଣରେ ସେବକ ଟିକରପଡ଼ା ଗ୍ରାମର ଭିକାରୀ ଗୌଡ଼ଙ୍କ ୫ମ ଶ୍ରେଣୀରେ ପଢୁଥିବା ଏକମାତ୍ର ପୁତ୍ରର ମୃତ୍ୟୁ ହୋଇଥିଲା । ଜୁଲାଇ ୨୦ ତାରିଖରେ ଖମ୍ଭାରୀ ଗାଁ ସାଗର ବନ୍ଧରେ ଦାଉଣୀ ଗ୍ରାମର ଏକ ଯୁବ ମିସ୍ତ୍ରୀ ଟୁକୁନା ଦେହେରା ଗାଧୋଉଥିବା ସମୟରେ ସେ କୁମ୍ଭୀର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସେହିପରି ୨୨ ଫେବୃୟାରୀରେ ସେହି ଖମ୍ଭାରୀ ଗାଁର ନଇନା ଗୌଡ଼ ଙ୍କୁ କୁମ୍ଭୀର ମରଣାତ୍ମକ ଆକ୍ରମଣ କରିଥିଲେ । ଗତ କିଛିଦିନ ପୂର୍ବେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ତଦନ୍ତଦଳ ବିଭାଗୀୟ ଅଧିକାରୀଙ୍କୁ ନେଇ ଘଟଣାସୁଳ ପରିଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ଅନୁରୋଧକୁ ରକ୍ଷାକରି ତଦନ୍ତ ଦଳ ନଦୀଗଣ୍ଡର ଉଭୟ ପାର୍ଶ୍ଵରେ କାନ୍ଥ କରି ଚେନଲ୍ ଦ୍ବାରା ପାଣି ଛଡ଼ାଯିବ ଏବଂ ତାରବାଡ଼ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା କେବେ କାର୍ଯ୍ୟକାରୀ ହେବ ଏକ ବିରାଟ ପ୍ରଶ୍ନ ରୂପେ ସମସ୍ତଙ୍କ ମନରେ ଉଙ୍କି ମାରୁ ଛି । ତେଣୁ ଜନସାଧାରଣଙ୍କ ଅନୁରୋଧ ଏବଂ ଉଚ୍ଚସ୍ତରୀୟ ପ୍ରତିନିଧ୍ଵ ମାନଙ୍କ ପ୍ରତିଶୃତି କାର୍ଯ୍ୟକାରୀ କରିବାକୁ ଦାବୀ କରୁଅଛି । ଆଜି ଏହି ସଭା ରେ ଶନି ଖୋଖାର ବନ ଖଣ୍ଡ ଅଧିକାରୀ, ମୁଖ୍ୟ ଯନ୍ତ୍ରୀ ଅଶ୍ୱିନୀ ମହାନ୍ତି, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସଞ୍ଜୀବ ଦାସ ଶର୍ମା ଏବଂ ଅନ୍ୟ ଅଧିକାରୀ ଗଣ ଉପସ୍ଥିସ୍ତ ଥିଲେ. ମୁଖ୍ୟ ଯନ୍ତ୍ରୀ ମହାନ୍ତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l.

କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହୋଇ ଥିବା ଟୁକୁନା କୁ ଆର୍ଥିକ ସାହାଯ୍ୟ ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇ ଛନ୍ତି.ଯଦି ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକାରୀ ନ କରାଯାଏ ତେବେ ଆମ୍ଭେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାପାଇଁ ବାଧ୍ୟ ହେବୁ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ପାଢ଼ୀ କହିଛନ୍ତି l
ଖମ୍ବାରି ପଞ୍ଚଯାତ ପୂର୍ବ ସରପଞ୍ଚ ସନ୍ତୋଷ ପାତ୍ର,ରଘୁନାଥ ଗୌଡ଼,ଟୁକୁନା ବେହେରା ତାଙ୍କ ମା କୁନି ବେହେରା,ସନ୍ଧ୍ୟା ରାଣୀ ବିଷୋୟୀ,ସୁଧାଂଶୁ ଶେଖର ଗୌଡ଼,କଳ୍ପନା ବିଷୋୟୀ ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ l
ସିପ୍ରା ରାଣୀ ତ୍ରିପାଠୀ ଙ୍କ ରିପୋର୍ଟ
