You are currently viewing ଜଳ ଓ ବାୟୁସଙ୍କଟ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ।ସାନଖେମୁଣ୍ଡି ଇକୋ ଏନର୍ଜି କ୍ଲବ୍ ପକ୍ଷରୁ ବନ ମହୋତ୍ସବ।
ଜଳ ଓ ବାୟୁସଙ୍କଟ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ।ସାନଖେମୁଣ୍ଡି ଇକୋ ଏନର୍ଜି କ୍ଲବ୍ ପକ୍ଷରୁ ବନ ମହୋତ୍ସବ।

ସାନଖେମୁଣ୍ଡି ୧୩/୭: ସାମ୍ପ୍ରତିକ ଜଳସଙ୍କଟ ଓ ବାୟୁସଙ୍କଟରୁ ସମଗ୍ର ବିଶ୍ବ ଓ ମାନବ ଜାତି ଧ୍ଵଂସମୁଖି ହେବାକୁ ବସିଛି। ପୃଥିବୀର ଉଷ୍ଣତା ଏବଂ ତାପମାତ୍ରା ବୃଦ୍ଧିର କୁପରିଣାମ ଓ ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ରୋକିବା ପାଇଁ ବ୍ୟାପକ ବୃକ୍ଷରୋପଣ ଓ ବୃକ୍ଷର ସୁରକ୍ଷା ସହ ସବୁଜ ବଳୟ ସୃଷ୍ଟି ହିଁ ଏକମାତ୍ର ବିକଳ୍ପ ବୋଲି ସାନଖେମୁଣ୍ଡିରେ ଆୟୋଜିତ ବନ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ ଉପଦେଷ୍ଟା ବିନୋଦଚନ୍ଦ୍ର ସାବତ ମତବ୍ୟକ୍ତ କରିଛନ୍ତି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସୌଜନ୍ୟରେ ଏନର୍ଜି କ୍ଲବ୍ ଓ ଜାତୀୟ ସବୁଜ ବାହିନୀ ପକ୍ଷରୁ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶକ୍ତି ସଞ୍ଚୟ ଓ ପରିବେଶ ସୁରକ୍ଷାରେ ବୃକ୍ଷରୋପଣର ମହତ୍ବ ସମ୍ପର୍କିତ ଆଲୋଚନାଚକ୍ରରେ ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଶଙ୍କରନାରାୟଣ ବେଜ୍ ଗୋଷ୍ଠି ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ଵାଇଁ ପ୍ରମୁଖ ବ୍ୟାପକ ଚାରାରୋପଣ ଓ ଏହାର ସୁରକ୍ଷା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏବିଇଓ ରାମଚନ୍ଦ୍ର ପଣ୍ଡା ପ୍ରଧାନଶିକ୍ଷକ ବି ଦୁର୍ଯ୍ୟୋଧନ ପାତ୍ର ଶିକ୍ଷକ ଆର ରଘୁନାଥ ଦୋରା ସରପଞ୍ଚ ଜାଗିଲି ସେଠି ବନରକ୍ଷୀ ମନୋଜ ସେଠି ବିଦ୍ୟାଳୟ ସଭାପତି ଏମ ସନ୍ତୋଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଞ୍ଚଳିକ ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ଦେବହରି ରଣା ଅଶୋକ ମଲିକ ପବିତ୍ର ସେଠି ପ୍ରମୁଖ ସଂଯୋଜନା କରିଥିବା ବେଳେ ସମସ୍ତ ସିଆରସିସି ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଷ୍କାଉଟ ଇକୋ କ୍ଲବ୍ ଏନର୍ଜି କ୍ଳବ୍ ଛାତ୍ର ଛାତ୍ରୀ ଙ୍କ ଗହଣରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ।