You are currently viewing ଚିକିଟି ଏନ୍.ଏ.ସି ଦ୍ଵାରା ଶିଶୁ ଦିବସ ରେ ପ୍ୟାରେଡ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଚିକିଟି ଏନ୍.ଏ.ସି ଦ୍ଵାରା ଶିଶୁ ଦିବସ ରେ ପ୍ୟାରେଡ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଚିକିଟି , ୧୪/୧୧ – ( ଗୌରାଙ୍ଗ ପ୍ରଧାନ ) -:- ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଦ୍ଵାରା ଶିଶୁ ଦିବସ ଅବସରେ ରେ ଜବାହର ଲାଲ ନେହୂରୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ନଗର ପରିକ୍ରମା କରାଯାଇଛି। ସ୍ଥାନୀୟ ରାଜକବି ରାଧାମୋହନ ବିଦ୍ୟାପୀଠ ଏନ୍ ସି ସି କେଡେର ଙ୍କୁ ନେଇ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ୍ ସାହୁ ଙ୍କ ନେତୃତ୍ୱ ରେ ସହର ପରିକ୍ରମା ମଧ୍ୟ ହୋଇଛି। ଅଧ୍ୟକ୍ଷା ଦିପା ରାଣୀ ସାହୁ ଏଥିରେ ସାମିଲ ହୋଇ ଚାରି ଛକ ଠାରେ ରହିଥିବା ଗୌର ଚନ୍ଦ୍ର ଦେଓ ଏବଂ ଦିବାକର ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଓ ହାଇସ୍କୁଲ ଛକ ସ୍ଥିତ ରାଜକବି ରାଧମୋହନ ରାଜେନ୍ଦ୍ର ଦେଓ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଶିକ୍ଷାର୍ଥୀ ମାନେ ନେହୁର ଙ୍କ ବାଲ୍ୟ ଚପଳତା ଓ ସ୍ବାଧିନ ଭାରତ ରେ ଭୂମିକା କୁ ନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପରିଷଦ ତରଫରୁ କର୍ମଚାରୀ ମାନଙ୍କ ସହାୟତା ରେ ସ୍ଥାନୀୟ ରାଜବାଟି ପୋଖରୀ କୁ ସଫେଇ କରାଯାଇଛି। ସ୍ୱଚ୍ଛ ସର୍ବେକ୍ଷଣ ରେ ରାଜ୍ୟ ରେ ଚିକିଟି ପରିଷଦ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ଉପସ୍ଥିତ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିବା ସହିତ ଆହୁରି କିପରି ତ୍ୱରାନ୍ୱିତ ହୋଇପାରିବ ସେ ସମ୍ପର୍କ ରେ ମତ ରଖିଥିଲେ। ଏ ଅବସର ରେ ସ୍ୱଚ୍ଚତା ଉପରେ ବିଶେଷ ଗୁରୁତ୍ୱ ଓ ସଫଳତା ହାସଲ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବିମଳା ଗ୍ରୁପ କୁ ସମ୍ମାନିତ କରାଯାଇଛି।କାର୍ଯକ୍ରମ ରେ ସାନିଟେଶନ ଏକ୍ସପୋର୍ଟ ବାଳକୃଷ୍ଣ ପଟ୍ଟନାୟକ, ସି ଓ ଅନାମିକା ପଟ୍ଟନାୟକ, ସି ଏମ୍ ଏମ୍ ମଧୁସ୍ମିତା ସାହୁ, ଏମ୍ ଆଇ ଏସ ରାଜେଶ୍ କୁମାର ଚେଟି, ଆକାଉଣ୍ଟାଣ୍ଟ କିଶନ ରଣା, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଏସ.ଲୋକନାଥ ସୁବୁଦ୍ଧି, ସୁମତି ସାମନ୍ତ, ଶ୍ରୀଧର ବେହେରା, ଏସ. ଭୋଲକ୍ କୁମାର, ମିଥୁନ ସେନାପତି ପ୍ରମୁଖ ସାମିଲ ଥିଲେ ।