You are currently viewing ଜଗନ୍ନାଥ ପ୍ରସାଦ ତହସିଲ ପକ୍ଷରୁ ବେଆଇନ ଇଟା ଭାଟି ଉଛେଦ.
ଜଗନ୍ନାଥ ପ୍ରସାଦ ତହସିଲ ପକ୍ଷରୁ ବେଆଇନ ଇଟା ଭାଟି ଉଛେଦ.

ଜଗନ୍ନାଥ ପ୍ରସାଦ :୬/୭(ଚିତ୍ତରଞ୍ଜନ ଗନ୍ତାୟତ )
ଆଜି ତା -6.1.2024 ରିଖ ଦିନ ପ୍ରତାପୁର ପଂଚାୟତ ଅଧୀନ ବଣିଆପଲ୍ଲୀ ଗ୍ରାମରେ ଏକ ବେଆଇନ ଇଟା ଭାଟି ଉପରେ ଜଗନ୍ନାଥ ପ୍ରସାଦ ତହସିଲଦାର ବିମଳ ଲୋଚନ ପାତ୍ର ଅଚାନକ ଚଢ଼ାଉ କରି ବେଲଗୁଣ୍ଠା ପୋଲିସ ଉପସ୍ଥିତି ରେ ଇଟା ଭାଟିକୁ ସମ୍ପୂର୍ଣ ଉଛେଦ କରିବା ସହ ଦୁଇ ଲକ୍ଷ୍ୟ ଟଙ୍କା ଜୋରିମାନା କରିଛନ୍ତି. ପରିବେଶ ପ୍ରଦୂଷଣ ଏବଂ ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ ତହସିଲଦାର ଶ୍ରୀ ପାତ୍ରଙ୍କ ନେତୃତରେ ରାଜସ୍ବ ପରିଦର୍ଶକ ସନ୍ତୋଷ କୁମାର ଓଝା, ପ୍ରତାପୁର ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ମଲ୍ଲିକ ଏବଂ ବରିଷ୍ଠ ରାଜସ୍ବ ସହାୟକ ଅକ୍ଷୟ କୁମାର ପାତ୍ର ପ୍ରମୁଖ ଚଢ଼ାଉ କରି ଜେସିବି ମେସିନ ଦ୍ୱାରା ଇଟା ଭାଟିକୁ ସମ୍ପୂର୍ଣ ଉଛେଦ କରିଥିଲେ. ଘଟଣାସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ.