You are currently viewing ବେଗୁନିଆପଡା ବ୍ଲକରେ ରାଜସ୍ବ ଅମଲା ଙ୍କ ସମୂହ ଛୁଟିରେ ଯିବାପାଇଁ ଦରଖାସ୍ତ ପ୍ରଦାନକୋଦଳା
ବେଗୁନିଆପଡା ବ୍ଲକରେ ରାଜସ୍ବ ଅମଲା ଙ୍କ ସମୂହ ଛୁଟିରେ ଯିବାପାଇଁ ଦରଖାସ୍ତ ପ୍ରଦାନକୋଦଳା

ଗତ 22-6-2025 ରେ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନ ଠାରେ ଅନୁଷ୍ଠିତ ହୋଇଥିବା ଓଡିଶା ରାଜସ୍ବ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରେ ନିଷ୍ପତି ଏବଂ ରାଜ୍ୟ ସଂଘ ର ପତ୍ର ସଂଖ୍ୟା 54 ତାରିଖ 23-6-2026 ପ୍ରକାରେ ବହୁ ପ୍ରତିକ୍ଷୀତ ନଅ ଦଫା ଦାବି 8-8-2025 ତାରିଖ ମଧ୍ୟରେ ପୂରଣ କରିବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଓ ନିଷ୍ପତି ନେବାରେ ବିଫଳ ହେବା ପରିପ୍ରେକ୍ଷୀରେ ଆମ୍ଭେ ମାନେ ଜିଲ୍ଲା ସ୍ତରୀୟ କାର୍ଯ୍ୟ ରତ ରାଜସ୍ବ ଅମଲା ମାନେ 11-8-2025 ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମୂହ ଛୁଟି ରେ ଯିବାପାଇଁ ନିଷ୍ପତି ନେଇଛନ୍ତି । ଏଣୁ ଗୁରୁବାର ଦିନ ବେଗୁନିଆପଡା ବ୍ଲକର ଅମଲା ମାନେ ଏକ ଛୁଟି ଦରଖାସ୍ତ ବିଡ଼ିଓ ଙ୍କ ଅନୁପସ୍ଥିତି ରେ ଏବିଡ଼ିଓ ନିରଞ୍ଜନ ବେହେରାଙ୍କ ପ୍ରଦାନ କରିଛନ୍ତି
ଏଥିରେ ପ୍ରମିଳା ପାଣିଗ୍ରାହୀ, ପ୍ରଭାତ ସେଠି, ଅସ୍ପିନି କୁମାର ପ୍ରଧାନ, ତପନ ପତି ସାମଲ ଉପସ୍ଥିତ ରହି ଦରଖାସ୍ତ ପ୍ରଦାନ କରିଛନ୍ତି ।