You are currently viewing ହିଣ୍ଡୁଳା ଗ୍ରାମରେ ପ୍ରାଣୀ ଚିକିଛା ଶିବିର ଅନୁଷ୍ଠିତ,
ହିଣ୍ଡୁଳା ଗ୍ରାମରେ ପ୍ରାଣୀ ଚିକିଛା ଶିବିର ଅନୁଷ୍ଠିତ,

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ହିଁଣ୍ଡୁଳା ଗ୍ରାମରେ IFFCO ଓ IFFDC ତରଫରୁ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି । ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ପ୍ରତେକ ମନୁଷ୍ୟ ଙ୍କସହିତ ଗାଈଗୋରୁ ମାନେ ବିଭିର୍ଣ୍ଣ ରୋଗରେ ପୀଡିତ ହୋଇଥାନ୍ତି | କିନ୍ତୁ ମଣିଷ ନିଜେ ଔଷଧ ଖାଇବା ସହିତ ମେଡିକାଲ କୁ ଯାଇ ଚିକିଛିତ ହୋଇଥାନ୍ତି | କିନ୍ତୁ ଗୃହ ପାଳିତ ପଶୁମାନଙ୍କ ପାଟି ଫିଟୁନି, ତେଣୁ ଆଜି ସେମାନଙ୍କ ପାଇଁ ଏହି ଶିବିରର ଆୟୋଜନ ଇଫକୋ ଓ ଆଇ ଏଫଡିସି ତରଫରୁ 387 ଜଣ ଗାଈଗୋରୁ, ଛେଳି, ମଇଁଷି ମାନଙ୍କୁ ଚିକିତ୍ସା କରିଯିବା ସହିତ ମାଗଣା ଔଷଧ ବିତରଣ ଓ ଟିକାରଣ କରାଯାଇଥିଲା

। IFFCO ର ନିର୍ଦ୍ଦେଶକ ସିମାଞ୍ଚଳ ପାଢୀଙ୍କ ନେତୃତ୍ୱରେ, IFFDCର ରାଜ୍ୟ ସଂଯୋଜକ ମୁକେଶ ଖାନାଙ୍କ ତତ୍ତ୍ୱାବଧାନରେ ଏହି ପ୍ରାଣୀ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ପୁରୁଷୋତ୍ତମପୁର ପଶୁ ସମ୍ପଦ ଅଧିକାରୀ ଡ. ମନୋଜ କୁମାର ଶତପଥି, ଏଲ୍.ଆଇ ଓ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଷେତ୍ରଅଧିକାରୀ ଗୀତାଞ୍ଜଳୀ ପାଇଟଲ ପ୍ରମୁଖ ପରିଚଳନା କରିଥିଲେ ରିପୋର୍ଟ ପ୍ରସନ୍ନ କୁମାର ଦାସ