You are currently viewing ପଳାଶପଲ୍ଲୀରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ
ପଳାଶପଲ୍ଲୀରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

ବେଲଗୁଣ୍ଠା, 04/08, ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାଶପଲ୍ଲୀ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆରସିଏସ୍ ମିଡ଼ିଆ ଏଣ୍ଡ ଏଣ୍ଟେର୍ଟନମେଣ୍ଟ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଏବଂ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ନଅ ଘଣ୍ଟା ତିରିଶ୍ ମିନିଟ୍ ସମୟରେ ଚକ୍ଷୁ ପରୀକ୍ଷା ଶିବିରକୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉଦଘାଟନ କରିଥିଲେ I ଶିଶିର କୁମାର ମାଝିଙ୍କ ସଭାପତିତ୍ୱରେ ଏବଂ ଅଶୋକ କୁମାର ଗୌଡ଼ଙ୍କ ପରିଚାଳନାରେ ନାଏବ ସରପଞ୍ଚ ଭାଗ୍ୟଲତା ଗୌଡ଼, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ମା ବୁଢ଼ାକେନ୍ଦୁ ଯୁବଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ସହଯୋଗ କରିଥିଲେ I ଚକ୍ଷୁ ପରୀକ୍ଷା ଶିବିରରେ ମୋଟ ୧୦୩ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ୨୦ ଜଣଙ୍କୁ ଚଷମା ଦିଆଯିବା ସହିତ ୩୫ ଜଣଙ୍କର ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଆଜି ୨୦ ଜଣଙ୍କୁ ମାଗଣା ଅସ୍ତ୍ରୋପଚାର ନିମନ୍ତେ ହସ୍ପିଟାଲ୍ କୁ ପଠାଯାଇଥିଲା I ସେହିପରି ୧୩ ଜଣଙ୍କର ରେଟିନା ପରୀକ୍ଷା କରାଯାଇଥିଲା I ଏହି ଅବସରରେ ଅପରାହ୍ଣରେ ବିଦ୍ୟାଳୟ ପରିସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟ ପରିସରରେ ରକ୍ତ ଚନ୍ଦନ, ଶିଶୁ, ଶାଗୁଆନ୍, କାଠ ବାଦାମ, ଅଶୋକ,ବଉଳ, ଜାମକୋଳି ଆଦି କିସମର 58 ଟି ଚାରା ରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ସାମ୍ବାଦିକ ପଞ୍ଚାନନ ସାହୁ,ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ନଳିନୀ କାନ୍ତ ରାଉତ,ଆରସିଏସ୍ ମିଡ଼ିଆ ଏଣ୍ଡ ଏଣ୍ଟେର୍ଟନମେଣ୍ଟ ପ୍ରଯୋଜକ ଶିଶିର କୁମାର, ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାତ୍ର, ଗ୍ରାମ ସମ୍ପାଦକ ଲମ୍ବୋଦର ବିଷୋୟୀ,ଭଗବାନ ପଣ୍ଡା,ସୋନାଲି ସ୍ୱାଇଁ,ରଘୁନାଥ ପାଢି,ସମ୍ବାଦ ସାହିତ୍ୟ ଘର ସଦସ୍ୟ ମୋନାଲିସା ଗୌଡ଼, ରୂପସ୍ମୀନୀ ସ୍ୱାଇଁ, ରେଶ୍ମା ସ୍ୱାଇଁ, ଲମ୍ବୋଦର ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ସାହୁ,ରାମେଶ୍ଵର ନାୟକ, ସୁବାଷିନୀ ଗୌଡ଼, ଉଦ୍ଯ କୁମାର ରାଊତ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ I ସମ୍ବାଦ ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I
ରିପୋର୍ଟ -ଶିବରାମ ଚୌଧୁରୀ