You are currently viewing କୋଦଳା ଆମ ପୋଲିସ ସମିତି ପକ୍ଷରୁ ବନ୍ଧୁତ୍ବପୂର୍ଣ୍ଣ ଭଲିବଲ ମ୍ଯାଚ୍ ର ଉଦଜାପନୀ ଉତ୍ସବ ଅନୁଷ୍ଠିତ
କୋଦଳା ଆମ ପୋଲିସ ସମିତି ପକ୍ଷରୁ ବନ୍ଧୁତ୍ବପୂର୍ଣ୍ଣ ଭଲିବଲ ମ୍ଯାଚ୍ ର ଉଦଜାପନୀ ଉତ୍ସବ ଅନୁଷ୍ଠିତ

କୋଦଳା ତହସିଲ ପଡିଆ ଠାରେ ଉଦଜାପିତ ହୋଇଯାଇଛି କୋଦଳା ପ୍ରିମିୟର ଲିଗ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ। ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପୋଲିସ ଟିମ ସହିତ ୩ ଗୋଟି ସ୍ଥାନୀୟ ଟିମ୍ ମଧ୍ୟରେ ହୋଇଥିଲା ମ୍ୟାଚ । କୋଦଳାର ଜି ଓ୍ବାଇଏମ୍ ସିକ୍ସ, ସାଇକୃପା ଡିଜେ, ବାବା ଦଣ୍ଡିଶ୍ୱର ସିକ୍ସ ଭଲିବଲ୍ ଖେଳାଳି ଟିମ୍, ପୋଲିସ ଟିମ ଏଥିରେ ଭାଗ ନେଇଛନ୍ତି। ପୋଲିସ ଟିମ୍ ସହ ବନ୍ଧୁତ୍ବପୂର୍ଣ୍ଣ ମ୍ଯାଚ୍ ରେ ସୋମବାର ଦିନ ଆରମ୍ଭ ହୋଈ ଥିଲା । ଏହି ମ୍ୟାଚ ରେ ସାଇ କୃପା ଡିଜେ ଟିମ ଚମ୍ପିୟାନ ହୋଈ ଥିବା ବେଳେ ବାବା ଦଣ୍ଡେସ୍ବର ସିକ୍ସ ଟିମ ରନର୍ସ ହୋଈ ଥିଲେ ! ମଙ୍ଗଳବାର ଉଦଜାପନୀ ଉତ୍ସବ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଏସ ଡି ପି ଓ ରଜନୀ କାନ୍ତ ସାମଲ, ବିଡ଼ିଓ ପ୍ରଜ୍ଞା ପ୍ରିୟ ଦର୍ଶନୀ, ଏ ବି ଡି ଓ ନିରଞ୍ଜନ ବେହେରା , ତହସିଲଦାର ସସ୍ମିତା ଶତପଥୀ, ଥାନା ଅଧିକାରୀ ଉମାକାନ୍ତ ସାହୁ, ଯୋଗ ଦେଇ ଖଳାଳୀ ଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ ! କୋଦଳା ଥାନା ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ !

ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ।