ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ସାରା ବିଶ୍ବରେ ସୁଖ ଓ ସୁସ୍ଥ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିମନ୍ତେ ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳ ସାଢେ ଆଠ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଲାଲମେଣ୍ଟା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଲାଲମେଣ୍ଟା ପଞ୍ଚାୟତ ବଡ଼ କେଳାଝୁରି ପୋଖରି ହିଡ଼ ରାସ୍ତା କଡ ମନ୍ଦିର.

ପରିସରରେ ୧୦୦ଟି ବୃକ୍ଷ ରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟରେ ଲାଲମେଣ୍ଟା ପଞ୍ଚାୟତ ସରପଞ୍ଚ ବାସନ୍ତୀ ସେଠୀ,ପିଇଓ ରମେଶ ବିଷୋୟୀ,ଜିଆରଏସ ବୃନ୍ଦାବନ ମଲ୍ଲିକ, ଅଙ୍ଗନୱାଡ଼ି କର୍ମୀ ଓଏମ୍ବିକେ, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ,ସିଆରପି ଓ ବିଶ୍ୱାସ ପାଠାଗାର ସଭାପତି ଗୌରାଙ୍ଗ ପ୍ରଧାନ, ନୀଳାମ୍ବର ମହାପାତ୍ର ବସନ୍ତ ପ୍ରଧାନ, ରଞ୍ଜିତ ପ୍ରଧାନ ଓ ବୃନ୍ଦାବନ ପ୍ରଧାନସହିତ ସ୍ୱେଚ୍ଛାସେବୀ
ମାନେଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ସରପଞ୍ଚ ଶ୍ରୀମତି ବାସନ୍ତୀ ସେଠୀ ବୃକ୍ଷ ରୋପଣ କାର୍ଯ୍ୟରେ ସାମିଲ ହେବା ସହିତ ସମସ୍ତ ପଞ୍ଚାୟତ ବାସୀଙ୍କୁ ନିଜ ନିଜର ଘର ପାଖରେ ସବୁଜ ଗଛ ଲଗାଇ ଗଛର ଯତ୍ନ ନେବା ପାଈ ଅନୁରୋଧ କରିଥିଲେ।


