ସାନଖେମୁଣ୍ଡି ୨୮/୫(ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ଭାଲିଆଝୋଲା ଛକ ରାସ୍ତା କଡ଼ ରେ ଥିବା ଏକ ପରିତ୍ୟକ୍ତ ପଥର କୂଅ ଭିତରେ ଏକ କୃଷ୍ଣ ସାର ମୃଗ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛି ବନ ବିଭାଗ।ଆଜି ମଧ୍ୟହ୍ନ ସମୟ ରେ ଭାଲିଆଝୋଲା ମୁଖ୍ୟ ରାସ୍ତା ରୋଡ଼ ପାର ହୋଇ କୃଷ୍ଣସାର ମୃଗ ଯାଉଥିବା ବେଳେ ଆରପଟେ ଥିବାଏକ

ପଥର କୂଅ ମଧ୍ୟରେ ପଡିଯାଇଥିଲାକୃଷ୍ଣ ସାର ମୃଗ |ଯାତାୟାତ କରୁଥିବା ଲୋକ ମାନେ ଦେଖି ମୃଗ କୁ ଉଦ୍ଧାର ପାଇଁ ପାଇ ସ୍ଥାନୀୟ ଲୋକ ମାନେ ଚେଷ୍ଟା କରିଥିଲେ ହେଁ ସମ୍ଭବ ହୋଇପାରିନଥିଲା । ବନ ବିଭାଗ ଫରେଷ୍ଟର ଅରୁଣ କୁମାର ଦାସ କର୍ମଚାରୀ ଙ୍କୁ।ନେଇ ରସି ରେ ଫାସ ପକାଇ କୂଅରୁ କୃଷ୍ଣସାର ମୃଗ କୁ ଉଦ୍ଧାର କରିଛି।

ଉଦ୍ଧାର କରି ଉପରକୁ ଆଣି ଫାସ ଖୋଲିଲା ବେଳକୁ ମୃଗ ଟି ଦୌଡ଼ି ପାଖରେ ଥିବା ପାହାଡ଼ କୁ ଚାଲି ଯାଇଥିଲା।ବନ ବିଭାଗ ଅଗ୍ନିଶମ ବିଭାଗ ଙ୍କୁ ଜଣାଇ ଥିଲେ|ଖବର ପାଇ ବିଭାଗ ଟିମ ପହଞ୍ଚିଲା ବେଳକୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା।ମୃଗ ଟି।ର ବୟସ ୧୦ ବର୍ଷ ହେବ କୂଅରେ ପଡ଼ିବା ଫଳରେ ଆହତ ହୋଇନଥିବା ଫରେଷ୍ଟର ଅରୁଣ କୁମାର ଦାସ କହିଛନ୍ତ।
