ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସି ଆର ପି, ଏମ ବି କେ ପ୍ରଭୁତି ମହିଳାମାନଙ୍କ ଗମନାଗମନର ସୁବିଧା ପାଇଁ ସ୍କୁଟି ଯୋଜନା କରିଛନ୍ତି। ଏହି ଯୋଜନା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମୋଟ 314 ଙ୍କୁ ସ୍କୁଟି ଦିଆଯିବା ପାଇଁ ଚୟନ କରାଯାଇଥିବା ବେଳେ ସେଥିମଧ୍ୟରୁ 35 ଜଣଙ୍କୁ ଆଜି ପ୍ରଦାନ କରାଯାଇଛି। ଏହି ସ୍କୁଟିକୁ ବ୍ଲକ ପରିସରରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥି ସହ କିପରି ସ୍କୁଟି ଚଲାଇବେ ସେହି ବିଷୟରେ ମହିଳା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ମହିଳା ଶାସକ୍ତିକରଣ ପାଇଁ ଆମ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍କୁଟି ଯୋଜନା ନିଶ୍ଚିତ ଭାବେ ସହାୟକ ହୋଇ ପାରିବ ବୋଲି ବିଧାୟିକା କହିଥିଲେ ।ଏହି ସମୟରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ବ୍ଲକ ଅଧକ୍ଷା ରେଣୁ ଗୌଡ଼ , ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବି ପି ସି ଦିଲ୍ଲୀପ କୁମାର ବେହେରା ଭାରପ୍ରାପ୍ତ ବିପିଏମ ଜ୍ଞାନ ରଞ୍ଜନ ରାଉତ ପ୍ରଭୁତି ଉପସ୍ଥିତ ଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
