ପୁରୀ :-14.1.2025.ନିମାପଡା ବ୍ଲକ ଅଧିନ ଭାଟବନ୍ଧ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ୧୯୮୨ ମସିହାର ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ବନ୍ଧୁ ମିଳନ ଉତ୍ସବ ବିଦ୍ୟାଳୟ ର ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବ୍ରଜ କିଶୋର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ରଥ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ଆଗ୍ରହ ଓ ଆତିଥେୟତା ରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ. ତାଙ୍କର ଭାଷଣ ରେ ସେ ଅତୀତର ସ୍ମୃତି ଚାରଣ କରିବା ସହିତ ଅନେକ ମୂଲ୍ୟବାନ ହିତୋ ଉପଦେଶ ପ୍ରଦାନ କରିଥିଲେ. ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ସଦର ଅଲ୍ଲୀ ଖାନ ମୁଖ୍ୟ ବକ୍ତା ରୂପେ ଯୋଗଦାନକରି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ. ପ୍ରାକ୍ତନ ଶିକ୍ଷକ କ୍ଷେତ୍ରମୋହନ ଦୀକ୍ଷିତ ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ସେମାନଙ୍କ ଆଶୀର୍ବାଦ ପ୍ରଦାନ କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ କର୍ମଚାରୀ ଘନଶ୍ୟାମ ବାରିକ ଏବଂ ଅରୁଣ କୁମାର ମିଶ୍ର ତଥା ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ. ଛାତ୍ରଛାତ୍ରୀ ମାନଙ୍କ ତରଫରୁ ସମସ୍ତ ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଅନ୍ୟ କର୍ମଚାରୀ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା.
