ଜଗନ୍ନାଥ ପ୍ରସାଦ :୨୦/୧୨:(ଚିତ୍ତରଞ୍ଜନ ଗନ୍ତାୟତ )
ଜଗନ୍ନାଥ ପ୍ରସାଦ ବ୍ଲକର ଛାମୁଣ୍ଡା ପଞ୍ଚୟତରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ସବ-ଡିଭିଜନ ସ୍ତରୀୟ ଭାରତୀୟ ଡାକ ମେଳା ବା ଡାକ ସେବା ଅନୁଷ୍ଠିତ ହୋଇଛି | ଏଇ କାର୍ଯ୍ୟକ୍ରମରେ ଛାମୁଣ୍ଡା, କାଦପଡା, ଅଲାଡି, ପଟ୍ଟାଧାର ପଞ୍ଚାୟତର ଅଞ୍ଚଳ ବାସି ଉଭୟ ପୁରୁଷ ମହିଳା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଏଥିରେ ଡାକ ସେବା ଅଧିକାରୀମାନେ ଲୋକମାନଙ୍କୁ ଶୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମ୍ମାନ ଯୋଜନା, କିସାନ ବିକାଶ ପତ୍ର, ଜମା ଖାତା, ଡାକ ଜୀବନ ବୀମା,ପୌନଃ ପୁନିକ ଜମା (RD), ଅବଧି ଜମା(ଫିକ୍ସ ଡିପୋଜିଟ ), ଆଧାର କାର୍ଡ ସଂଶୋଧନ, ପାସ ପୋର୍ଟ ସେବା, ରେଳ ଟିକେଟ ଓ ବିମାନ ଟିକେଟ ସଂରକ୍ଷଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆୟ କର ଦେୟ ପ୍ରଦାନ, ଭଳି ଅନେକ ମୌଳିକ ସୁବିଧା ଉପରେ ବାର୍ତ୍ତା ବହନ କରିଥିଲେ | ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆସ୍କା ମଣ୍ଡଳ ଡାକ ଅଧକ୍ଷା କିରଣ ମାଳା ପଣ୍ଡା ଯୋଗ ଦେଇ ମହିଳା ମାନଙ୍କ ପାଇଁ ତ୍ରୟମାସିକ ଅନୁନ୍ୟ ଦୁଈ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ 7.5ପ୍ରତିଶତ ସୁଧ ହାରରେ ଫିକ୍ସ ଡିପୋଜିଟ ଉପରେ ମିଳିବା ନେଇ ତଥ୍ୟ ପ୍ରଦାନ କରିଥିଲେ | ଅନ୍ୟତମ ଅତିଥି ଭାବେ ଭଞ୍ଜନଗର ସବ ଡିଭିଜନ ଡାକ ନିରୀକ୍ଷକ ଶ୍ରୀମତୀ ଶ୍ରାବଣୀ ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ବରିଷ୍ଟ ନାଗରିକ ସଂଚୟ ଯୋଜନାରେ ଅବଧି ଜମା ଗୁଡିକର ୮.୨%ପ୍ରତିଶତ ସୁଧ ହାରରେ ଖାତା ଖୋଲି ପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ | ସେହିପରି ଭାବେ ଜଗନ୍ନାଥ ପ୍ରସାଦ ଉପ ଡାକ ପାଳ କାଁହୁ ଚରଣ ପ୍ରଧାନ, ଛାମୁଣ୍ଡା ସରପଞ୍ଚ ଶ୍ରୀମତୀ ଶ୍ରମିଷ୍ଟା ମଲ୍ଲିକ, ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ପ୍ରଧାନ, ଆଇପିପିବି ଏକଜୁକ୍ୟୁଟିଭ ମେମ୍ବର ମଞ୍ଚାସିନ ରହି ଡାକ ବିଭାଗୀୟ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହ ଡାକ ବିଭାଗରେ ଉପଲବ୍ଧ ନୂତନ ସେବା ଗୁଡିକ ବିଷୟରେ ବିସ୍ତୃତ ଭାବରେ ବୁଝାଇ ଥିଲେ | କାର୍ଯ୍ୟକ୍ରମରେ ଛାମୁଣ୍ଡା ଶାଖା ଡାକପାଳ ଲଷ୍ମୀନାରାୟଣ ଡାକୁଆ,କୃଷ୍ଣଚନ୍ଦ୍ର ନାୟକ, ଶଙ୍କର ନାୟକ , ହରିବନ୍ଧୁ ସାହୁ, ଜିତେନ୍ଦ୍ର ନାୟକ, ନିର୍ମଳ କୁମାର ସାହୁ, ପୀତବାସ ପ୍ରଧାନ, କେତନ କୁମାର ସାହୁ ସୁଶାନ୍ତ କୁମାର ଷଡ଼ଙ୍ଗୀ, ସିମାଞ୍ଚଳ ପଣ୍ଡା, ନିବେଦିତା ପାଢ଼ୀ, କିରଣବାଳା ଚୌଧୁରୀ, ସ୍ୱପ୍ନା ଯାନୀ, ତାପସ କୁମାର ରଥ,ନାରାୟଣ ନାୟକ, ଜୟସାଗର ପ୍ରଧାନ,ପ୍ରତାପ କୁମାର ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ରଞ୍ଜନ କୁମାର ନାୟକ, ରବୀନ୍ଦ୍ର ନାଥ ମହାନ୍ତି, ବଂଶୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
