ପାତ୍ରପୁର,୨୪/୧୧/୨୨
ପାତ୍ର ପୁର ବ୍ଲକ ର ବିଭିନ୍ନ ଗ୍ରାମରେ ରେ ଏଵେ ଦେଖାଯାଉଛି ଗାଈଗୋରୁ ଙ୍କୁ ଚର୍ମ ବିଣ୍ଡି ରୋଗ ଵା ଲମ୍ପିସ୍କିନ୍ ।ଏହା ଏକ ଭୂତାଣୁ ଜନିତ ରୋଗ ।ଏହା କାପ୍ରିପକ୍ବ ନାମକ ଭୂତାଣୁ ରୁ ବ୍ୟାପିଥାଏ ।ମଶା ମାଛି ଏବଂ ଟିଙ୍କ ଦ୍ବାରା ଏହା ଦୃତ ପରିମାଣରେ ବ୍ୟାପିଥାଏ ।ସଙ୍କ୍ରମିତ ପଶୁ ମାନଙ୍କ ଠାରୁ ମଧ୍ୟ ଅନ୍ୟ ପଶୁ ମାନଙ୍କୁ ଵ୍ୟାପିଥାଏ ।ଏହି ରୋଗ ହେଲେ ପଶୁ ମାନଙ୍କ ସାରା ଶରୀର ରେ ଆବୁ ଆଵୁ ଫୁଲା ଦେଖାଯାଇଥାଏ ।ତା ସହିତ ପଶୁ ମାନଙ୍କର ତାପମାତ୍ରା ଵୃଦ୍ଧି ପାଇଥାଏ ୍ଏହି ରୋଗ ପାଇଁ ପଶୁ ଚାଷୀ ମାନେ ବିଭିନ୍ନ ପ୍ରକାର ଘରୋଇ ଉପଚାର ନକରି ନିକଟସ୍ଥ ପଶୁ ସହାୟକ କେନ୍ଦ୍ର କୁ ଯାଇ ପଶୁ ଡାକ୍ତର ମାନଙ୍କ ସହିତ ମିଶି ଉପଯୁକ୍ତ ଚିକିତ୍ସା କରାଇବା ପାଇଁ ପଶୁ ଡାକ୍ତର ମାନେ ପଶୁ ପାଳକ ମାନଙ୍କୁ ଅନୁରୋଧ କରିଛନ୍ତି ।ଏହି ରୋଗ ରେ ପ୍ରଥମେ ୨୦୧୯ ମସିହାରେ ପ୍ରବଳ ପରିମାଣରେ ପଶୁ ମାନେ ଶିକାର ହୋଇଥିଲେ ।ପୁଣି ଏହି ରୋଗ ପାତ୍ରପୁର ଅଞ୍ଚଳରେ ପଶୁ ପାଳକ ମାନଙ୍କ ଚିନ୍ତା ର କାରଣ ପାଲଟିଛି । ପଶୁ ପାଳକ ମାନେ ସଚେତନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।
