You are currently viewing ଆସିକା ଚିନିକଳ ରେ ଆଖୁପେଡା  ଆରମ୍ଭ,୪0 ହଜାର ମେଟ୍ରିକ ଟନ ଧାର୍ଯ୍ୟ !
ଆସିକା ଚିନିକଳ ରେ ଆଖୁପେଡା  ଆରମ୍ଭ,୪0 ହଜାର ମେଟ୍ରିକ ଟନ ଧାର୍ଯ୍ୟ !

ଆସିକା ୩୦/୦୧- (ଶକ୍ତି ପ୍ରସାଦ କର) ଏସିଆ ମହାଦେଶରେ ଦିନଥିଲା ଆସିକା ଚିନିକାରଖାନା ନାମ ସୁନାମ ଅର୍ଜନ କରିଥିଲା l ବିଳମ୍ବ ରେ ହେଲେ ମଧ୍ୟ ଚଳିତ ବର୍ଷ ଆସିକା ଚିନି କାରଖାନାରେ ଆଖୁ ପେଢା କାର୍ଯ୍ୟ ର ଶୁଭାରମ୍ଭ ହୋଇଛି l କାରଖାନା ପରିସର ରେ ଚିନିଶିଳ୍ପ ର ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକ ଦ୍ୱାରା ପୂଜା, ହୋମ, ହନୁମାନ ଚାଳିଶା ପାଠ କରାଯାଇଥିଲା lଏହି ଆଖୁ ପେଡା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ପରିଚାଳନା ପରିଷଦ ର ସଭାପତି ରବୀନ୍ଦ୍ର ପଣ୍ଡା, ନିର୍ଦ୍ଦେଶକ ପୂର୍ଣ୍ଣ ବରାଡ଼, ଏନ ଏ ସି ଅଧକ୍ଷl ବିନେତା ସାଇଁ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ,ଚିନି କାରଖାନା ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ପ୍ରଧାନ, ବସନ୍ତ ଦଳାଇ, କେନ ମ୍ୟନେଜର ପ୍ରଶାନ୍ତ ପାଢୀ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା,ଅନିମା ପରିଡା, ଶିବ ନାହାକ, ଭଗବାନ ସାହୁ, ଦିଲ୍ଲୀପ ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ପରିଡା,ସମବାୟ ବିତ ନନ୍ଦ ବିଷୋୟୀ, ନାଗାର୍ଜୁନ ବିଷୋୟୀ,ବିଦେଶୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ lଆସିକା ଚିନି କାରଖାନା ରେ ଗତ ବର୍ଷ ମୋଟା ମୋଟୀ ୨୦୦ ହେକ୍ଟର ଚାଷ ଜମିରେ ଆଖୁ ଚାଷ କରା ଯାଇଥିଲା l
ଗତ ଆଖୁ ପେଢା ଋତୁ ୧୫/୦୧/୨୩
ରେ ଆରମ୍ଭ ହୋଇଥିଲା l ମୋଟ ୩୩ ଦିନ ଅର୍ଥାତ (୧୮/୦୨/୨୩) ପର୍ଯ୍ୟନ୍ତ ଆଖୁପେଢ଼ା ହୋଇଥିଲା l ସେଥିରୁ ୩୮୦୧୮.୩୫ମେଟ୍ରିକ ଟନ ଆଖୁ କାରଖାନା ପାଈଁ ଆସିଥିଲା l ଏହି ଆଖୁ ମଧ୍ୟରୁ ୨୭,୮୫୪ କୁଇଣ୍ଟାଲ ଚିନି ବାହାର ହୋଇଥିଲା l ଚଳିତ ବର୍ଷ ୨ ହଜାର ହେକ୍ଟର ଚାଷ ଜମିରେ ୧୪୫୬ ଚାଷୀ ୪୦ ହଜାର ମେଟ୍ରିକ ଟନ ଆଖୁ ମିଲକୁ ଆସିବ ବୋଲି ଶିଳ୍ପ ପକ୍ଷରୁ ଅନୁମାନ କରାଯାଉଛି l ଗଞ୍ଜାମ ଜିଲ୍ଲା ର ୧୬ ଗୋଟି ବ୍ଲକ ରେ ୧୫୦୦ ହେକ୍ଟର ରେ ନୁଆ ଆଖୁ ଚାଷ,୫୦୦ ହେକ୍ଟର ରେ ମୂଳି ଚାଷ କରାଯାଇଛି l ୧୮୨୪ ମସିହା ରୁ ଆରମ୍ଭ ହୋଇଥିବା ଏହି ଚିନି କାରଖାନାରେ ୩୫ ହଜାର ପରିବାର ନିଜର ଘର ପ୍ରତିପୋଷଣ ହେଉଥିଲେ l ମୋଟ ⁰୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଆଖୁ ପେଢା ର କ୍ଷମତା ଥିଲା l କାଳ କ୍ରମେ ଏହା କମି କମି ଆସୁଛି l ପୂର୍ବ ବର୍ଷ ମାନଙ୍କରେ ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ପହିଲା ରୁ ଆଖୁ ପେଢା ହେବା କଥା ଚଳିତ ବର୍ଷ ସଠିକ ସମୟରେ ଆଖୁ ପେଢା ନହେବାରୁ ଯଥା ସମୟରେ ଚିନି ଶିଳ୍ପ କୁ ବିଲ ମୁଣ୍ଡରୁ ଆଖୁ ଯାଇ ପାରିଲା ନାହିଁ l ବିଲରେ ଆଖୁ ସୁଖୀ ସର୍କରl ନଷ୍ଠ ହେବାରୁ ଚାଷୀ ର ଅନେକ କ୍ଷତି ସହିବ l ସେହିପରି ଆଖୁ ଦର ବୃଦ୍ଧି, ମାଗଣା ସାର ଓ ପିଡିଆ ଯୋଗାଣ,ପରିବହନ ଖର୍ଚ୍ଚ ବୃଦ୍ଧି, ଫସଲ ବୀମା ଭଳି ଡିମାଣ୍ଡ କରି ତିନି ତିନି ଥର ବୈଠକ ହୋଇଥିଲେ ମଧ୍ୟ ଦାବୀ ସଫଳ ହୋଇ ନଥିଲା l ଆଜିର ଏହି ଆଖୁ ପେଢା ବିଳମ୍ୱ ହୋଇଥିବା କୁହାଯାଉଛି l ଚିନି ଶିଳ୍ପ କ୍ଷତି ଆଳ ଦେଖାଇ ପରିଚାଳନା ପରିଷଦ ର ଦାବୀ କୁ ପ୍ରଶାସନ ପରିବହନ ଖର୍ଚ୍ଚ ରେ ସାମାନ୍ୟ ବୃଦ୍ଧି କରିଥିଲା l ଏପରି କି ତାଳି ପକା ନୀତି ଅଵଲମ୍ବନ କରିଥିଲା l ଶେଷରେ ବାଧ୍ୟ୍ୟ ବାଧ୍ୟକତା ହୋଇ ଚାଷୀ କ୍ଷତି ସହିଲେ ମଧ୍ୟ ଆଖୁ କୁ ଶିଳ୍ପ କୁ ଦେଇଛନ୍ତି l କିନ୍ତୁ ଆସନ୍ତା ବର୍ଷ କୁ ଏହି ଆଖୁ ଫସଲ କରିବେ ନାହିଁ ବୋଲି ମନସ୍ଥ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଚାଷୀ ନେତା ସମୀର ପ୍ରଧାନ, କର୍ମଚାରୀ ଦିଲ୍ଲୀପ ସ୍ୱାଇଁ,ଅନିଲ ଦାସ ପ୍ରମୁଖ ସହଯୋଗ କରିଥିଲେ l