You are currently viewing ରଙ୍ଗିପୁରୁ ୟୁପି ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ।
ରଙ୍ଗିପୁରୁ ୟୁପି ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ।

ରଙ୍ଗେଇଲୁଣ୍ଡା,୨୯/୧୧/୨୩:ଗୋପାଳପୁର ଅନ୍ତର୍ଗତ ରଙ୍ଗିପୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ । ବିଦ୍ୟାଳୟରେ ଅଧ୍ୟୟନରତ ୧୮୧ଜଣ ଛାତ୍ରଛାତ୍ରୀ ଙ୍କୁ ପୋଷାକ, ଜୋତା ଓ ଖେଳ ପୋଷାକ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା ଯୋଗ ଦେଇ ଛାତ୍ରଛାତ୍ରୀ ମାନେ କିଭଳି ଆଗକୁ ପାଠପଢି ନିଜକୁ ଶ୍ରେଷ୍ଠରୁପେ ସମାଜରେ ପ୍ରତିଫଳିତ କରିହେବ ତାହାରି ଉପରେ ପିଲାଙ୍କୁ କହିଥିଲେ। ଅନ୍ୟତମ ଅତିଥି ମଧ୍ୟରେ
ରଙ୍ଗେଇଲୁଣ୍ଡ ବ୍ଲକ ଅଧକ୍ଷା ସି.ଏଚ ଉଷା ରାଣୀ, ବ୍ଳକ ଉପାଧ୍ୟକ୍ଷା ଅନୀତା ମାହାଙ୍କୁଡ, ବ୍ଳକ ସଭାପତି ତଥା ସାଂସଦ ପ୍ରତିନିଧି ଅଜିତ କୁମାର ଦାଶ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ପ୍ରେମ ରଂଜନ ପଟ୍ଟନାୟକ, ସମିତିସଭ୍ୟl କବିତା ରାଣୀ ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ ନାୟକ, ନାଏବ ସରପଞ୍ଚ ମେନକା ନାହାକ ମଞ୍ଚାସିନ ରହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲବନ୍ୟବତୀ ପଣ୍ଡା ପରିଚାଳନା କରୁଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରୁଥିଲେ ।ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।