ଖଲ୍ଲିକୋଟ ; 24/10 ସମ୍ଭାବ୍ୟ ବାତ୍ୟା କୁ ଖଲ୍ଲିକୋଟ ବ୍ଲକ ରେ ଗତ ତିନି ଦିନ ହେଲା ସମସ୍ତ ଅଧିବାସୀ ଙ୍କୁ ସଚେତନତା ଓ ସତର୍କତା ଜାରି ରଖିଥିବା ବେଳେ ଗୁରୁବାର ଦିନ ବାତ୍ୟାର ର ସ୍ଥିତି ନେଇ ରାଜ୍ୟ ଖଣି ବାଣିଜ୍ୟ ଓ ସମବାୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଖଲ୍ଲିକୋଟ ବ୍ଲକ ର ଚିଲିକା ଉପକୂଳ ବର୍ତ୍ତୀ 5 ଗୋଟି ମସ୍ଚ୍ୟଜୀବୀ ପଂଚାୟତ ର ସମ୍ଭାଵ୍ୟ ବାତ୍ୟା ଦାନା ର ସ୍ଥିତି ସମୀକ୍ଷା କରିଥିଲେ |ଖଲ୍ଲିକୋଟ ବ୍ଲକ ର ସାବୁଲିଆ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରି ମଛ୍ୟଜିବି ମାନଙ୍କୁ ଭେଟି ସେମାନଙ୍କୁ ବାତ୍ୟା ନେଇ କୌଣସି ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବା ସହ ରାଜ୍ୟ ସରକାର ବାତ୍ୟା ଅଞ୍ଚଳ ରେ ସମସ୍ତ ଅସୁବିଧା କୁ ସମାଧାନ କରି ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ସଚେତନ ଥିବା ସହ ତାଙ୍କ ସରକାର ଜିରୋ କ୍ୟାଜୁୟାଲିଟି କୁ ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରକାଶ କରି ବାତ୍ୟା ହଟିଯିବା ପାଇଁ ଭଗବାନ ଙ୍କୁ ପ୍ରାର୍ଥନା କରିଥିଲେ |ମନ୍ତ୍ରୀ ଙ୍କ ସହ ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ ବ୍ଲକ ର ସାବୁଲିଆ, କନକ |ପଂଚାୟତ ର ସମଲ ମଛ୍ୟଜିବି ଗ୍ରାମ ପରିଦର୍ଶନ କରିବା ସହ ବ୍ଲକ ର ସମସ୍ତ ଆଶ୍ରୟ ସ୍ଥଳ କୁ ଲୋକଙ୍କୁ ଅଣା ଯାଇ ରନ୍ଧା ଖାଦ୍ୟ ର ବ୍ୟବସ୍ଥା ର ସମୀକ୍ଷା କରିଥିଲେ |ଅନ୍ୟ ମାନଙ୍କ ମଧ୍ୟ ରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସମଲ, ଛତ୍ରପୁର ଉପ ଜିଲ୍ଲପାଳ, ଗଞ୍ଜାମ ଜିଲ୍ଲା ସି ଡି ଓ ମଧୁମିତା ଛତ୍ରପୁର ବିଧାୟକ କୃଷ୍ଣ ନାୟକ ଖଲ୍ଲିକୋଟ ତହସିଲଦାର ଆର୍ଯ୍ୟ କୁମାର ସର୍ବ ଦମନ ବିଜେପି ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦଜ ଅନିଲ କୁମାର ପଣ୍ଡା, ଅରୁଣ କୁମାର ଖୁଣ୍ଟିଆ, ବିଜେପି ସଂଯୋଜକ ଶଙ୍କର ପ୍ରସାଦ ନାହାକ କନକ |ସରପଞ୍ଚ ରେଖା ଜାଲ୍ଲୀ ଓ ପୂର୍ବତନ ସରପଞ୍ଚ ସୁଦାମ ନାୟକ ପ୍ରମୁଖ ଆସନ୍ନ ବାତ୍ୟା ର ତାଜା ସ୍ଥିତି ନେଇ ସମୀକ୍ଷା କରିଥିଲେ |ଖଲ୍ଲିକୋଟ ବ୍ଲକ ର 5 ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଓ 26 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ଓ 19 ଗୋଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରେ ବାତ୍ୟା ଗ୍ରସ୍ତ ମାନଙ୍କ ସହ ପଶୁ ପାଖୀ ମାନଙ୍କ ଆଶ୍ରୟସ୍ଥଳୀ କରାଯାଇଛି |ସେହିପରି ସମସ୍ତ ଗର୍ଭବତୀ ଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିବା ବେଳେ ସଂକଟପନ୍ନ ଗର୍ଭବତୀ ମାନଙ୍କୁ ଏମ କେ ସି ଜି କୁ ସ୍ଥାନାନ୍ତରିତ କରାଯିବ ବୋଲି ଖଲ୍ଲିକୋଟ ବି ଡି ଓ ଶ୍ରୀ ସ|ମଲ ସୂଚନା ଦେଇଛନ୍ତି |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
