ପୁରୀ, ୪/୨-ବୁଧବାର ସକାଳୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିର କୁ ଯାଇ ଶ୍ରୀବିଗ୍ରହ ଙ୍କୁ ପବିତ୍ର ଦର୍ଶନ କରିଛନ୍ତି| ମହାମହିମ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବରିଷ୍ଠ ସେବାୟତ, କୌଳିକ ପଣ୍ଡା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସ୍ବାଗତ କରିଥିଲେ।ସମସ୍ତ ନିଯୋଗର ସେବକବନ୍ଧୁଙ୍କ ସହଯୋଗରେ ନୀତିକାନ୍ତି ସମୟୋଚିତ ଭାବେ ସମାପନ ହୋଇଥିଲା |


ମହାମହିମ ରାଷ୍ଟ୍ରପତିଙ୍କ ଦର୍ଶନ ଅତ୍ୟନ୍ତ ସୁସଂଗଠିତ ଓ ଶୃଂଖଳିତ ଭାବେ ସମ୍ପନ୍ନ ହୋଇଛି।ସମସ୍ତ ସେବକବନ୍ଧୁଙ୍କ ଉତ୍ତମ ସହଯୋଗ ଓ ସମନ୍ୱୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କୃତଜ୍ଞତା ଜ୍ଞାପନ କରିଛନ୍ତି।


