ଖଲ୍ଲିକୋଟ ; 10 /12 ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ଆସ୍ପୃହା ମଣ୍ଡଳ ର ଅଧୀନ ରେ ଥିବା ଶିକ୍ଷା କେନ୍ଦ୍ର ମାନଙ୍କ ର ସଭାପତି ଓ ସମ୍ପାଦକ ମାନଙ୍କ ର ଏକ ସମ୍ମିଳନୀ ରବିବାର ଦିନ ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ|କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି |ସଂଗଠନ ର ସଂଯୋଜକ ଲଲାଟେନ୍ଦୁ ସାମନ୍ତରା ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ମିଳନୀ ରେ ଉପସ୍ଥିତ ମାତୃ ପ୍ରେମୀ ମାନଙ୍କୁ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ଅଧକ୍ଷ ଅମୁଲ୍ୟ କୁମାର ମିଶ୍ର ସ୍ୱାଗତ କରିବା ପରେ ମାତୃ ବନ୍ଦନା, ଧ୍ୟାନ, ପ୍ରାର୍ଥନା ଓ ମା ଙ୍କ ପୁସ୍ତକ ପାଠ କରାଯାଇଥିଲା |ଶିକ୍ଷା ସଂଯୋଜକ ମନୋଜ କୁମାର ସ୍ୱାଇଁ ଙ୍କ ଉପସ୍ଥିତି ରେ ଆଗାମୀ ଦିନ ରେ ଛାତ୍ର ଶିବିର ଓ ପାଠଚକ୍ର ମାଧ୍ୟମ ରେ ଭାଷାଜ୍ଞାନ, ଚିତ୍ରକଳା, ପରିବେଶ ଓ ସୃଜନଶୀଳତା ଓ ଶାରୀରିକ ଶିକ୍ଷା 2023 ପ୍ରଦାନ ପାଇଁ ସ୍ଥିର ହୋଇଥିବା ବେଳେ ନୂତନ ଶିକ୍ଷାନୀତି 2023 କୁ ଅନୁସରଣ କରି ଶ୍ରୀ ଅରବିନ୍ଦ ଦର୍ଶନ ଆଧାର ରେ ଶିକ୍ଷା ର ଖସଡ଼ା ସ୍ଥିର ହେବା ସହ ଗତ ଅକଟୋବର ମାସ ର ସମ୍ମିଳନୀ ର ବିବରଣୀ ଓ ଆଗାମୀ ଛାତ୍ର ମିଳନ,ଭବିଷ୍ୟତ ରେ ଆଲୋଚନା ହେବାକୁ ଥିବା ଶିକ୍ଷ|ଭିତ୍ତିକ ବିଷୟ ଗୁଡିକ ଆଲୋଚନା ପାଇଁ ସମ୍ମିଳନୀ ରେ ପାରିତ କରାଯାଇଥିଲା |ଉକ୍ତ ସମ୍ମିଳନୀ ରେ ଗଞ୍ଜାମ, ଗଜପତି ଓ ଫୁଲବାଣୀ ରେ ଥିବା ଏରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ |
