You are currently viewing ପୁରୁଷୋତ୍ତମପୁର ରେ ନୁଆଁ ସିଡିପିଓ ଙ୍କ ଯୋଗଦାନ
ପୁରୁଷୋତ୍ତମପୁର ରେ ନୁଆଁ ସିଡିପିଓ ଙ୍କ ଯୋଗଦାନ

ପୁରୁଷୋତ୍ତମପୁର ବ୍ଲକ ରେ ନୂତନଭାବେ ସମନ୍ୱିତ ଶିଶୁ ବିକାଶ ଅଧିକାରୀଣୀ ଭାବେ ଲଳିତା ମଲିକ ଯୋଗ ଦେଇ ଛନ୍ତି | ସେ ମୋହନା ବ୍ଲକରୁ ଏଠାକୁ ସିଡିପିଓ ଭାବେ ବଦଳି ହୋଇ ଆସିଛନ୍ତି | ତାଙ୍କ ସହ ଆଜି କଥା ବାର୍ତ୍ତା ସମୟରେ ତାଙ୍କର ମତ ଥିଲା ଯେ ଶିଶୁ ଓ ମାତୃ ମୃତ୍ୟୁ ହାର କୁ ରୋକିବା ଦିଗରେ କାର୍ଯ୍ୟ କରିବା | ଏହା ସହ ଶିଶୁ ଓ ଗର୍ଭବତୀ ଙ୍କ ପୃଷ୍ଟିର ବିକାଶ ଏବଂ ସମସ୍ତ ଅଙ୍ଗନ ୱାଡି କେନ୍ଦ୍ରର ଉର୍ନ୍ନତି କରିବା ସହ , କର୍ମୀ ମାନଙ୍କ ସହିତ ପ୍ରତେକ ସମୟରେ ବିଭିର୍ଣ୍ଣ ବିଷୟ ରେ କଥାବାର୍ତ୍ତା କରି ରାଜ୍ୟ ସରକାର ଙ୍କ ଶିଶୁ ଗର୍ଭବତୀ, ପ୍ରସୂତି,କିଶୋରୀ ମାନଙ୍କ ପାଇଁ ଆସୁଥିବା ସବୁ ସୁବିଧା କିପରି କାର୍ଯ୍ୟ କାରି ହୋଇ ପାରିବ ତା ଉପରେ ନଜର ରଖିବା କୁ ପଡିବ ବୋଲି ସେ କହିଛନ୍ତି | ଏହା ସହ ଅଙ୍ଗନ ୱାଡି କର୍ମୀ ମାନଙ୍କ ସହିତ ପ୍ରତେକ ପଞ୍ଚାୟତ ସରପଞ୍ଚ ଙ୍କ ସହଯୋଗ ରେ ବାଲ୍ୟ ବିବାହକୁ କିପରି ରୋକାଯାଇ ପାରିବ ତାଉପରେ ସବୁ ସମୟ ରେ ତୀକ୍ଷଣ ନଜର ରଖି ନାବାଳିକା ଙ୍କ ପିତା , ମାତା ଙ୍କୁ ସଚେତନତା କରି ନାବାଳିକା ବାହାଘର ହେଲେ କଣ ଅସୁବିଧା ହେବ ତା ଉପରେ ବୁଝାଇ ଉପଯୁକ୍ତ ବୟସ ରେ ଝିଅର ବାହାଘର କରିବାକୁ ସେ ତାଙ୍କୁ କହିବା ସହିତ ସମସ୍ତ ଙ୍କ ସହଯୋଗ ରେ ସବୁ ଭଲ କାମ କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ |ଏହା ପୂର୍ବରୁ ଏଠାରେ ଥିବା ସିଡିପିଓ ଙ୍କଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ ପ୍ରମୋସନ ହୋଇ ଯାଜପୁର ଜିଲ୍ଲା ରେ କାର୍ଯ୍ୟ ରତ ଅଛନ୍ତି |

ରିପୋର୍ଟ ପ୍ରସନ୍ନ କୁମାର ଦାସ