ରାଜ୍ୟରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଥିବା ବେଳେ ରକ୍ତ ର ଅଭାବ ଦୁରକରିବା ପାଇଁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଛି | ଜାତୀୟ ସେବା ଯୋଜନା କୋ ୟୁନିଟ ସୋରଡ଼ା ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ, ଲାଇନ୍ସ କ୍ଳବ,ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଆଜି ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା |

ଏହି ଶିବିର ରେ ମୋଟ 40 ଜଣ ରକ୍ତଦାତା ରକ୍ତଦାନ କରିଥିଲେ | ରକ୍ତଦାନ ପ୍ରକ୍ରିୟା ରେ ମହାବିଦ୍ୟାଳୟ ର ବହୁ ଛାତ୍ର ଓ ଛାତ୍ରୀ, ବହୁ ଯୁବକ ଓ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଋଷିକୂଲ୍ୟା ବିଦ୍ୟାଳୟ ର ଅଧ୍ୟକ୍ଷ ଅନିଲ କୁମାର ଦାସ ପ୍ରମୁଖ ରକ୍ତଦାନ କରିଥିଲେ| ସମ୍ବାଦ ତରଫରୁ ସମ୍ବାଦ-ଆମ ଓଡିଶା ର ଜିଲ୍ଲା ସଂଯୋଜଗ ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ତଥା ସୋରଡ଼ା ଲାୟନ୍ସ କ୍ଲବ୍ ସଭାପତି ଶିବଶଙ୍କର ପଣ୍ଡା,ଲାୟନ୍ସ କ୍ଳବ ଚେୟାରମ୍ୟାନ ସୌମିକ ସାହୁ, ଋଷିକୁଲ୍ୟା ମହାବିଦ୍ୟାଳୟ ର

ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀ, ଅଧ୍ୟାପକ ଡକ୍ଟର ହୃଷୀକେଶ ମିଶ୍ର ,ଲାୟନ୍ସ କ୍ଲବ୍ ସଦସ୍ୟ ନୀଳାଞ୍ଚଳ ମଲ୍ଲିକ, ସୀତାରାମ ପଣ୍ଡା, ବସନ୍ତ କୁମାର ପଣ୍ଡା, ବିଜୟ କୁମାର ସାହୁ, ଗୁରୁ ପ୍ରଶ୍ନ ପଟ୍ଟନାୟକ, ପିଣ୍ଟୁ କର ଙ୍କ ସହ ମହାବିଦ୍ୟାଳୟ ର କର୍ମଚାରୀ ଉପସ୍ଥିତ ରହି ଥିଲେ|

