ଗଜପତି,୧୧/୧୨ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଚନ୍ଦ୍ରଗିରିର ପିଲାମାନେ ସାମାଜିକ ପରିଦର୍ଶନ କରି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିଥିଲେ |
ସମସ୍ତ ଛାତ୍ରଛାତ୍ରୀମାନେ ଗଜପତିର ଚନ୍ଦ୍ରଗିରି ଅଂଚଳରେ ପରିମଳ ଅଭିଯାନ, ପ୍ଲାଷ୍ଟିକ୍ ମୁକ୍ତ ସମାଜ, ମଦ ବିରୋଧ ସଚେତନତା ନାଟକ, ସୁସ୍ଥ ଜୀବନଶୈଳୀ ଉପରେ ଅଭିଯାନ ଓ ଶେଷରେ ଖସଡ଼ା, ଜିରାଙ୍ଗ ପିକନିକ୍ ସ୍ପଟ୍ ସଫା ଭଳି କାର୍ଯ୍ୟକ୍ରମରେ ଦିନତମାମ ସାମିଲ ଥିଲେ |
ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ସୁଳପାଣି ସତପଥି,ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ, ଗଞ୍ଜାମ କାର୍ଯ୍ୟକ୍ରମରେ ଯୋଗଦେଈ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ|ହିତ କରିଥିଲେ |.

ଅନୁଷ୍ଠାନର ଶିକ୍ଷକ ଶ୍ରୀଯୁକ୍ତ ମନୀଲ କୁମାର ସାହୁ, ଗୌତମ ବୁଦ୍ଧ ପାଇକ, ଦୁଲେଶ୍ୱର ନାୟକ, ନେପାଳ ଚନ୍ଦ୍ର ଗଙ୍ଗାଇ ପ୍ରମୁଖ ଉପସ୍ଥିତ ଥିଲେ ଓ ଏହି କାର୍ଯ୍ୟକ୍ରମକୁ ଯୁବ ବିକାଶ ମଡ୍ୟୁଲ୍, ଟାଟା ଷ୍ଟ୍ରିଭର ପ୍ରଶିକ୍ଷକ ଶ୍ରୀଯୁକ୍ତ ସଂଜିତ କୁମାର ମିଶ୍ର ସୁନ୍ଦରଭାବେ ପରିଚାଳନା କରିଥିଲେ | ତାଲିମଦାତା ଜଗଦିଶ ହାଇବ୍ରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରାୟ 70 ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ |
ଏଭଳି ପଦକ୍ଷେପ କୁ ସେହି ଅଂଚଳର ବରିଷ୍ଠ ଜନସାଧାରଣମାନେ ତଥା ସମାଜସେବୀ ମହଲରେ ଭୁରି ପ୍ରଶଂସା କରିଛନ୍ତି |

