ଅନୁଗୁଳ : ( ଦିଲୀପ କୁମାର ଚୋପଦାର ) ତାଳଚେର ଇନରହ୍ୱିଲ କ୍ଲବ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ଖଣିଜ ପାଣ୍ଠି ସାହାଯ୍ୟ ରେ ପରିଚାଳିତ ପିପୂଲ୍ସ ଫୋରମ୍ ର ମିଶନ ଆଶ୍ରାର ଅନ୍ତେବାସୀ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବିଭିନ୍ନ ଉପକରଣ ବଣ୍ଟନ ସହ ବିଭିନ୍ନ ଶିକ୍ଷା ପ୍ରଦାନ ପୂର୍ବକ ସଚେତନ କରାଯାଇଥିଲା ।

କ୍ଳବ ପକ୍ଷରୁ ତାଙ୍କ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ କେକ୍ କାଟି ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଇଥିଲା । ମହିଳା ଡାକ୍ତର ମାନଙ୍କ ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଇଥିଲା ।ପରେ ପରେ ତାଳଚେରର ଏକ ହୋଟେଲରେ ତାଳଚେର ଇନରହ୍ୱିଲ କ୍ଲବ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ସହିତ କେକ କାଟି କ୍ଲବର ମୂଳଦୁଆ ସ୍ଥାପନ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।

ସଭାପତି ରୂପେ ଡ଼ାଃ ସୁସ୍ମିତା ସାହୁ ,ସମ୍ପାଦିକା ରୂପେ ଆଶା ଅଗ୍ରୱାଲ , ଙ୍କୁ ମନୋନୀତ କରାଯାଇଥିଲା । କାର୍ଯକ୍ରମ ରେ ଥର୍ମାଲ Dav principal ଜ୍ୟୋତି ମିଶ୍ର, ଅନୁଗୁଳ ମହିଳା ଡାକ୍ତର ୱିଂ ର ସଭାପତି ଡ଼ାଃ ସୁସ୍ମିତା ଚୌଧୁରୀ , ଡ଼ାଃ ସୁଜାତା ତ୍ରିପାଠୀ, ଡ଼ାଃ ରଶ୍ମିତା ଭଞ୍ଜଦେଓ, ଡ଼ାଃ ମିନା ସୋରେନ ଙ୍କ ସହିତ ଅନେକ ମହିୟସୀ ମହିଳା ଯୋଗ ଦେଇଥିଲେ । ନୂତନ ଭାବରେ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ସେଠାରେ ସ୍ମୃତି ଚିହ୍ନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଇନରେହିଲ କ୍ଲବ ଚେୟାରମେନ ମଧୁସ୍ମିତା ତ୍ରିପାଠୀ ,ଭୁବନେଶ୍ୱର ରୁ ଆସି ଯୋଗ ଦେଇ ସମସ୍ତଙ୍କୁ ଆଗାମୀ ଦିନର ରୂପରେଖ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ ଏବଂ ଡ଼ାଃ ସୁସ୍ମିତା ସାହୁ ଙ୍କ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ ।ପ୍ରକାଶ ଥାଉ କି ଡ଼ାଃ ସୁଶ୍ମିତା ସାହୁ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ , ପେଶାରେ ଡାକ୍ତର କିନ୍ତୁ ନିଶାରେ ଜଣେ ସମାଜ ସେବୀ । ସେ ତାଳଚେର ରୋଟାରୀ କ୍ଲବ ର ମଧ୍ୟ ସଭାପତି ଅଛନ୍ତି ଏବଂ ଅନେକ ଜନହିତକର ତଥା ସାମାଜିକ କାର୍ଯକ୍ରମ କରୁଛନ୍ତି । ତାଙ୍କର ଏହି ପରି କାର୍ଯ୍ୟ କୁ ତାଳଚେର ଅଞ୍ଚକରେ ଭୂରି ଭୂରି ପ୍ରଶଂସା କରାଯାଉଛି । ତାଙ୍କ କହିବା କଥା ଯେ , ଆଗାମୀ ଦିନରେ ତାଳଚେର ଅଞ୍ଚଳ ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ଦେଶ୍ୟ ରଖାଯାଇଛି ।

